ପୁରୀ: ଜ୍ୟେଷ୍ଠ ପୂର୍ଣ୍ଣିମା ବା ସ୍ନାନ ପୂର୍ଣ୍ଣିମା ଆମ ସମସ୍ତଙ୍କ ପ୍ରାଣ ଓ ପରିଚୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶୁଭ ଜନ୍ମଦିନ ଭାବେ ପାଳିତ ହୁଏ। ସ୍କନ୍ଦ ପୁରାଣ , ନୀଳାଦ୍ରୀମହୋଦୟଃ ଆଦି ଗ୍ରନ୍ଥରେ ସ୍ୱୟଂ ମହାପ୍ରଭୁ ନିଜ ଜନ୍ମ ଦିନ ବିଷୟରେ କହିଛନ୍ତି ଜ୍ୟେଷ୍ଠ ମାସ ଅମାବାସ୍ୟା ଦିନ ସ୍ୱ।ୟଂଭୁବ ମନୁ ଏକ ଯଜ୍ଞ ଆରମ୍ଭ କରିଥିଲେ । ଉକ୍ତ ଯଜ୍ଞ ବେଦୀରେ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଅବତୀର୍ଣ୍ଣ ହୋଇଥିଲି । ତେଣୁ ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ହେଉଛି ମୋର ଜନ୍ମ ଦିବସ । ସୋମବାର ଅପରାହ୍ନରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଏମାର ମଠ ଚକଡା ରେ ବିଶ୍ୱବନ୍ଦିତ ମହାପ୍ରଭୁଙ୍କ ଜନ୍ମୋତ୍ସବକୁ ପିଠା ଓ ମିଠା ବଣ୍ଟନ କରି ଭକ୍ତି ଓ ସେବାର ସହ ପାଳନ କରିଛନ୍ତି ଉତ୍କଳ ବିଦ୍ୱତ୍ ପରିଷଦ । ପରିଷଦର ସଭାପତି ମନୋଜ ରଥଙ୍କ ଉପସ୍ଥିତିରେ ପୁରୀ ରାଧାବଲ୍ଲଭ ମଠ ର ମହନ୍ତ ରାମକୃଷ୍ଣ ଦାସ ମହାରାଜ , ମହିପ୍ରକାଶ ମଠ ମହନ୍ତ ସୁଭାନନ୍ଦ ପୁରୀ ମହାରାଜ ଉଦ୍ଘାଟନ କରିଥିଲେ । ସେବା, ସମର୍ପଣ ଓ ସମ୍ବେଦନାର ମାଧ୍ୟମରେ ମହାପ୍ରଭୁଙ୍କ ଜନ୍ମୋତ୍ସବ ପାଳନ କରିବା ସହିତ ନିଜ ନିଜ ଅଂଚଳରେ ମହାପ୍ରଭୁଙ୍କ ଜନ୍ମଦିନକୁ ମହୋତ୍ସବ ରୂପରେ ପାଳିବା ପାଇଁ ତ୍ରିଭାସୀ ପ୍ରଚାର ପତ୍ର ବଣ୍ଟନ କରାଯାଇଥିଲା । ଶହ ଶହ ସଂଖ୍ୟାରେ ଆରିସା ପିଠା ବଣ୍ଟନ ଭକ୍ତ ମାନଙ୍କୁ ଆକୃଷ୍ଟ କରିଥିଲା ।
ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ଜିତେନ୍ଦ୍ର ମହାପାତ୍ର , ପଣ୍ଡିତ ପଦ୍ମନାଭ ତ୍ରିପାଠୀ , ଅଧିବକ୍ତା କୃଷ୍ଣ ଚନ୍ଦ୍ର ଦାସ , ରାଜେଶ ମହାନ୍ତି , ସୁକାନ୍ତ ପଣ୍ଡା , ଶିବ ସୁନ୍ଦର ମିଶ୍ର , ଶ୍ୟାମ ସୁନ୍ଦର ମହାପାତ୍ର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବିଜୟକୃଷ୍ଣ ବ୍ରହ୍ମା , କମଳାକାନ୍ତ ଆଚାର୍ଯ୍ୟ ,ରଂଜେସ ସାହୁ ,ରାମଚନ୍ଦ୍ର ସାହୁ , ଚନ୍ଦ୍ରକାନ୍ତ ଜେନା , ପ୍ରଦୀପ ସ୍ୱାଇଁ , ନିରଞ୍ଜନ ନାୟକ ଓ ଲକ୍ଷ୍ମୀପ୍ରିୟା ସାହୁ ।
