ବେତନଟୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ବେତନଟୀ ତାରାକଠି ଗ୍ରାମ ର ବୁଧୁନି ସିଂ ଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ର ଅନୁଧ୍ୟାନ ପାଇଁ ମହିଳା ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଭାରତୀ ହାଁସଦା ଙ୍କ ନେତୃତ୍ୱ ରେ ମୃତ ମହିଳା ଙ୍କ ଘର ବେତନଟୀ ତାରାକାଠି ଗ୍ରାମ କୁ ଯାଇ ତାଙ୍କ ପରିବାର ବର୍ଗ ଙ୍କୁ ଭେଟିଥିଲେ। ମୃତ ମହିଳା ଙ୍କୁ ସ୍ୱାମୀ ଓ ପରିବାର ବର୍ଗ ନିଜକୁ ଅସୁରକ୍ଷିତ ମଣୁଥିବା କଥା ଟିମ୍ ଆଗରେ ପ୍ରକାଶ କରିଥିଲେ, ବେତନଟୀ ଥାନା ଆଇ ଆଇ ସି ଙ୍କୁ ଭେଟି କେଶ ର ଅଗ୍ରଗତି ବାବଦରେ ବୁଝିଥିଲେ ଏବଂ ଝ. ଚ ମୟୁରଭଞ୍ଜ ଙ୍କୁ ଭେଟି ମୃତ ପରିବାର କୁ ସୁରକ୍ଷା ଏବଂ ଦୋଷୀ କୁ ସଠିକ ଭାବେ ତଦନ୍ତ କରି କଠର ଦଣ୍ଡବିଧାନ ପାଇଁ ଦାବି ଜଣାଇ ଥିଲେ ଏହି ପ୍ରତିନିଧି ଦଳ ରେ ଉତ୍ତର ଓଡିଶା ମହିଳା ବିଜେଡି ସଭାପତି ପ୍ରୀତିନନ୍ଦା କାନୁନଗୋ, ଜିଲ୍ଲା ମହିଳା ସଭାପତି ଦୀପ୍ତିଲତା ମିଶ୍ର, ମହିଳା ନେତ୍ରୀ ବୀଣାପାଣି ସାହୁ, ମହିଳା ବିଜେଡି ରାଜ୍ୟ ସମ୍ପାଦକ ସବିତା ବେହେରା ଏବଂ ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱନାଥ ହେମ୍ବ୍ରମ, ସୁବାସିନୀ ନାୟକ, ସବିତା ଦାଶ ପ୍ରମୁଖଙ୍କ ସହ ବେତନଟୀ ବ୍ଲକ ବିଜେଡି ସଭାପତି ରାଜୀବ ସେନାପତି, ଦୁବାୟ ବେହେରା, ଚୈତନ୍ୟ ଟୁଡୁ, ସମିତି ସଭ୍ୟ କିଶୋର ନାୟକ, ଯୁବ ନେତା ରାଜେନ ଦାଶ,ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ଚିତେଶ୍ୱର ବେହେରା, ବିଶ୍ୱବିଦ୍ୟାଳୟ ଆବାହକ ଦୀପକ ସାହୁ ଉପସ୍ଥିତ ଥିଲେ।
