ଫୁଲବାଣୀ: ଫୁଲବାଣୀ ସଦର ଥାନା ସୁଡ୍ରୁ କୁମ୍ପା ଅନ୍ତର୍ଗତ ଦଡମାସ୍କା ଗ୍ରାମରେ କିଛି ଦିନ ତଳେ ମୋଟର ସାଇକେଲ ଦ୍ରୁତଗତି ଚାଳନା କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଏକ ଗୋଷ୍ଠୀ ସଂଘର୍ଷ ହୋଇଥିଲା ସେହି ଗୋଷ୍ଠୀ ସଂଘର୍ଷ ରେ ଜଣେ ବ୍ୟକ୍ତି ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ସେହି ହତ୍ୟାକାଣ୍ଡ କାହିଁକି ଘଟିଛି, ଏହି ଘଟଣା ରେ କେଉଁ ମାନେ ସମ୍ପୃକ୍ତ ରହିଛି ହତ୍ୟାକାଣ୍ଡର ପର୍ଦାଫାଶ କରିବା ପାଇଁ ସେହି ଦିନ ଠାରୁ ପୋଲିସ୍ ତଦନ୍ତ ଜାରି ରଖିଥିଲା। ପୋଲିସ୍ ତ୍ୱରିତ ତଦନ୍ତ କରି ଘଟଣା ରେ ସମ୍ପୃକ୍ତ ୮ ଜଣ ଅଭିଯକ୍ତଙ୍କୁ ପୋଲିସ୍ ଗିରଫ କରିବା ସହ ଘଟଣା ବ୍ୟବହାର କରାଯାଇଥିବା ମାରଣା ଅସ୍ତ୍ର ଜବତ କରିଥିବା ଆଜି ତା ୨୭/୬/୨୦୨୬ ରିଖ ଅପରାହ୍ନ ୩.୪୫ ମିନିଟ୍ ସମୟରେ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍?ପି କନ୍ଧମାଳ ରାମେନ୍ଦ୍ର ପ୍ରସାଦ ସୂଚନା ଦେଇଛନ୍ତି। ପୋଲିସ ଅଧୀକ୍ଷକ (ଏସ୍?ପି) ରାମେନ୍ଦ୍ର ପ୍ରସାଦଙ୍କ ନେତୃତ୍ୱରେ, ସଦର ଏସ୍?ତିପିଓ ସୁଭ୍ରଜିତ ବିଶ୍ୱାଳ ଏବଂ ଫୁଲବାଣୀ ସଦର ଥାନା ଅଧିକାରୀ ପ୍ରଦୀପ କୁମାର ଜେନା ଙ୍କ ତତ୍ପରତାରେ ମାମଲାର ତ୍ୱରିତ ତଦନ୍ତ କରି ଦୁଇଟି ମାମଲା ରୁଜୁ କରି ପୋଲିସ୍ ୮ ଜଣ କୁ ଗିରଫ କରିଛି। ତା ମଧ୍ୟରେ ଦୁଇ ଜଣ ନାବାଳକ କୁ ଗିରଫ କରି ଜୁଭେନାଲ ଜଷ୍ଟିସ ବୋର୍ଡରେ ହଜାର କରାଯାଇଛି। ସୂଚାନା ଯୋଗ୍ୟ ଗତ ୧୯ ଜୁନରେ ଅନୁଭବ ସୁନା ବାଇକ୍ ଦ୍ରୁତଗତି ରେ ଚଳାଇ ଯାଉଥିବା ବେଳେ ଚନ୍ଦନ ବେହେରା ଏତେ ଦ୍ରୁତ ଗତି ରେ କାହଁକି ଚଳାଇ ଯାଉଛ ବୋଲି କହିବାରୁ ମୁଁ ମୋ ବାପା ର ପଇସାରେ ଚଳାଉ ଛି ତୋର କଣ ଗଲା ବୋଲି କହିବାରୁ ଦୁଇ ଜଣ ମଧ୍ୟରେ ସୁଡ୍ରୁକୁମ୍ପା କୁଇରି ମୁଣ୍ଡା ଗ୍ରାମ ରାସ୍ତା ରେ ଗୋଣ୍ଡଗଳ ହୋଇଥିଲା। ସେହି ଘଟଣା କୁ ନେଇ ତା ୨୧/୬/୨୬ ରିଖ ରେ ସୁନା ପରିବାର ମଧ୍ୟରେ ବ୍ୟକ୍ତିଗତ ଶତ୍ରୁତାକୁ କେନ୍ଦ୍ର କରି ଚନ୍ଦନ ବେହେରା ଓ ଅନୁଭବ ସୁନା ପରିବାର ମଧ୍ୟରେ ସଂଘର୍ଷ ହୋଇଥିଲା। ସେ ଗୋଣ୍ଡଗଳ ରେ ଅକୁର ବେହେରା (୪୩)ଙ୍କର ମୃତ୍ୟୁ ଘଟିଥିଲା। ଘଟଣା ପରେ ଫୁଲବାଣୀ ସଦର ଥାନାରେ ୧୨୭ ଓ ୧୨୮ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରାଯାଇଥିଲା। ଘଟଣା ପରେ ସଦର ଥାନା ପୋଲିସ୍ ପ୍ରାଥମିକ ତଦନ୍ତ ରେ ପ୍ରଥମ ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ଥିବାବେଳେ ପରବର୍ତ୍ତୀ ତଦନ୍ତରେ ମୋଟ ୮ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ରହିଥ?ିବାରୁ ସେମାନଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଛି। ପୋଲିସ୍ ଓ ଅନୁସନ୍ଧାନ କାରୀ ଦଳ ଘଟଣା ସ୍ଥଳକୁ ଯାଇ
ତଦନ୍ତ ସମୟରେ ୨ଟି ଫର୍ସା, ଗୋଟିଏ ଖଣ୍ଡା, ଗୋଟିଏ କ୍ରାଙ୍କ, ଘଟଣାର ଭିଡିଓ ଫୁଟେଜ୍, ରକ୍ତ ଓ ମାଟି ନମୁନା କଟନ୍ ଗାମୁଛା ସହ ଅନ୍ୟାନ୍ୟ ସାକ୍ଷ୍ୟ ଜବତ କରିଛି। ପୋଲିସ୍ ହତ୍ୟା ଘଟଣା ରେ ଗିରଫ କରିଥବା ୮ ଜଣ ଅଭିଯକ୍ତ ହେଲେ ୧.ଚକ୍ରପାଣି ସୁନା ଙ୍କ ପୁଅ ବିମଳ ସୁନା( ୪୩ ) ୨. କୁମ୍ଭପାଣି ସାହାଣୀ ଙ୍କ ପୁଅ ଅମର କୁମାର ସାହାଣୀ( ୨୧) ୩ . ମୃତ ଚକ୍ରପାଣି ସୁନା ଙ୍କ ପୁଅ ଗୋପାଳ କିଶୋର ସୁନା (୫୧).୪. ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଦଳପଡା ଗ୍ରାମର କର୍ଣ୍ଣ ବେହେରା ଙ୍କ ପୁଅ ରାଜେନ୍ଦ୍ର ବେହେରା( ୩୭) ୫.ସୁବଳ ବେହେରା ଙ୍କ ପୁଅ ଓରଫ ବିତ ସୀମାଞ୍ଚଳ ବେହେରା( ୨୫) ୬. ମୃତ ଧନେଶ୍ୱର ବେହେରା ଙ୍କ ପୁଅ ବାଇଧର ବେହେରା ( ୫୬ ) କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଦୁଇ ଜଣ ନାବାଳକ କୁ ଜୁଭେନାଲ ଜଷ୍ଟିସ ବୋର୍ଡ ହଜାର କରିଥିଲେ।ଗାଁରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। କୋର୍ଟ ସେମାନଙ୍କ ଜାମିନ ଆବେଦନ ନାମଞ୍ଜୁର କରିବା ପରେ ସମସ୍ତଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଏସ୍ ପି କନ୍ଧମାଳ ଶ୍ରୀ ପ୍ରସାଦ ସୂଚନା ଦେଇଛନ୍ତି।
