ମାର୍ଚ୍ଚ ୩୧ ଯାଏଁ ବଢିଲା ପଲ୍ୟୁସନ୍ ସାର୍ଟିଫିକେଟ୍ ଅବଧି

Spread the love

ଭୁବନେଶ୍ୱର(ବ୍ୟୁରୋ): ଶେଷରେ ମାର୍ଚ୍ଚ ଯାଏଁ ବଢିଲା ପିୟୁସିସି ଅବଧି। ଏବେ ମାର୍ଚ୍ଚ ୩୧ ଯାଏଁ ପଲ୍ୟୁସନ୍ ସାର୍ଟିଫିକେଟ୍ କରିପାରିବେ ଗାଡ଼ି ଚାଳକ। ତେବେ ଏଥର କୋହଳ ମନୋଭାବ ଦେଖାଇଲେ ଆଉ ମିଳିବନି ନିସ୍ତାର। ସେପଟେ ଗ୍ରୀନ୍ ଷ୍ଟିକର୍ ଲଗାଇବା ବାଧ୍ୟତାମୂଳକ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ପରିବହନ ମନ୍ତ୍ରୀ। ଅନ୍ୟପଟେ ଅଧିକରୁ ଅଧିକ ପଲ୍ୟୁସନ୍ ଟେଷ୍ଟିଂ ସେଂଟର ଖୋଲିବାକୁ ଅଗ୍ରାଧିକାର ଦେଇଛି ପରିବହନ ବିଭାଗ । ନୂଆବର୍ଷ ଆଗରୁ ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ୱସ୍ତି । ପୁଣି ବଢିଲା ପିୟୁସିସି ଅବଧି । ଆଉ ଫେବୃଆରୀ ନୁହେଁ, ମାର୍ଚ୍ଚ ୩୧ ଯାଏଁ କରିପାରିବେ ପଲ୍ୟୁସନ୍ ସାର୍ଟିଫିକେଟ୍ । ବାଧ୍ୟତାମୂଳକ ନୁହେଁ ଗ୍ରୀନ୍ ଷ୍ଟିକର୍ । ଢ଼ିଲା ମାରିଲେ ମିଳିବନି ନିସ୍ତାର । ପ୍ରଥମେ ଜାନୁଆରୀ, ପରେ ଫେବୃଆରୀ ଏବେ ସିଧା ମାର୍ଚ୍ଚ ୩୧। ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଁ ଲୋକଙ୍କୁ ଲମ୍ବା ଟାଇମ୍ ଦେଲେ ସରକାର। ନିଇତି ଅସମ୍ଭାଳ ଭିଡ଼, ଘଂଟା । ଅପେକ୍ଷାର ଅସନ୍ତୋଷ ଏବଂ ଗ୍ରୀନ୍ ଷ୍ଟିକର୍ ଟେନସନ୍ ଭିତରେ ଏଭଳି ବଡ଼ ଘୋଷଣା କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା। ପରିବହନ ସଚିବ ଓ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ପରେ ପିୟୁସିସି ଅବଧିକୁ ଆଗାମୀ ତିନି ମାସ ଅର୍ଥାତ୍ ମାର୍ଚ୍ଚ ୩୧ ଯାଏଁ ବୃଦ୍ଧି କରାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!