ଦାୟିତ୍ୱ ନେଲେ ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ

Spread the love

ଭୁବନେଶ୍ୱର (ବ୍ୟୁରୋ): ରାଜ୍ୟର ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ । ଉଝ ମନୋଜ ଆହୁଜାଙ୍କ ପାଖରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଉଛନ୍ତି ଅନୁ ଗର୍ଗ । ସେ ୧୯୯୧ ବ୍ୟାଚର ଆଇଏଏସ ଅଫିସର । ଡିସେମ୍ବର ୩୧ ତାରିଖରେ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ତାଙ୍କ ସ୍ତାନରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ଅନୁ ଗର୍ଗ ରାଜ୍ୟ ଉନ୍ନୟନ କମିଶନର ଭାବେ କାର୍ଯ୍ୟ କରୁଥିଲେ । ୧୯୯୧ ବ୍ୟାଚର ଓଡ଼ିଶା କ୍ୟାଡରର ଆଇଏଏସ ଅଫିସର ହେଉଛନ୍ତି ଅନୁ ଗର୍ଗ । ୧୯୯୩ରେ ପ୍ରଥମେ ସେ ଝାରସୁଗୁଡ଼ାର ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିଲେ । ଏହା ପରେ କଳାହାଣ୍ଡି ଜିଲ୍ଲାର ଉପ ଜିଲ୍ଲାପାଳ ଏବଂ ପରେ କଳାହାଣ୍ଡି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇ ଥିଲେ । ବରଗଡ଼ ଓ ସମ୍ବଲପୁରର ଜିଲ୍ଲାପାଳ ରହିସାରିଛନ୍ତି ଅନୁ । ଏହାଛଡ଼ା ଦିଲ୍ଲୀରେ ଓଡ଼ିଶା ଡେପୁଟି ଆବାସିକ କମିଶନର ରହିଥିଲେ । ୨୦୦୦-୨୦୦୨ ଯାଏ ଆଇସିଡିଏସ୍ ନିର୍ଦ୍ଦେଶକ ରହିଛନ୍ତି । ୨୦୦୨ରୁ ୨୦୦୩ ପର୍ଯ୍ୟନ୍ତ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ୨୦୦୫ରେ କେନ୍ଦ୍ର ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ସୂଚାରୁ ରୂପେ ତୁଲାଇଛନ୍ତି । ସେହିପରି ମହିଳା ଓ ଶିଶୁ ବିକାଶ ସଚିବ ରହିଛନ୍ତି ଅନୁ ଗର୍ଗ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ମଧ୍ୟ ରହିଛନ୍ତି । ପିଏମ୍‌ଓର ଯୁଗ୍ମ ସଚିବ ଥିଲେ ଅନୁ ।

Leave a Reply

Your email address will not be published. Required fields are marked *

error: Content is protected !!