ଭଞ୍ଜନଗର: ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ବାରଦଣ୍ଡା ଗାଁ ନିକଟରେ ରବିବାର ଅପରାହ୍ନରେ ବଜ୍ରାଘାତ ଯୋଗୁଁ ୧୨ଟି ଛେଳିର ମୃତ୍ୟୁ ଘଟିଛି । ଏଥିରେ ଛେଳି ଜଗୁଆଳ ଜଟିଆ ଗୌଡ଼ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଜଟିଆ ଜଣେ ଗରୀବ ଛେଳି ଚାଷୀ ହୋଇଥିବା ବେଳେ ହଠାତ୍? ତାଙ୍କର ଏତେବଡ କ୍ଷତିକୁ ନେଇ, ସେ ଭାଙ୍ଗି ପଡିଛନ୍ତି । କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବା ପାଇଁ ଦାବି ହୋଇଛି । ଭାଜପା ନେତା ତଥା ପୂର୍ବତନ ସରପଞ୍ଚ ରାଜୁ ପ୍ରଧାନ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ଆଶ୍ୱାସନା ଦେଇଛନ୍ତି । ସରକାରଙ୍କ ପକ୍ଷରୁ ନିୟମ ପ୍ରକାରେ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ଘଟଣା ପ୍ରକାରେ, ବାରଦଣ୍ଡା ଗ୍ରାମର ଛେଳି ଜଗୁଆଳ ଜଣକ, ନିଜର ଛେଳିପଲ ନେଇ ଗାଁ ନିକଟରେ ଚରାଉ ଥିଲେ । ଏହି ସମୟରେ ବର୍ଷା ସହ ବଜ୍ରପାତ ହୋଇଥିଲା । ଫଳରେ ଘଟଣା ସ୍ଥଳରେ ୧୨ଟି ଛେଳିଙ୍କ ମୃତ୍ୟୁ ହୋଇଥିଲା ।
