ଚାନ୍ଦବାଲ: ଚାନ୍ଦବାଲି ବ୍ଲକରେ ଅବସ୍ଥାପିତ ଜଳ ସମ୍ପଦ ବିଭାଗରେ ଗଛିତ ଥିବା ବହୁ ମୂଲ୍ୟବାନ ପୁରୁଣା ଯନ୍ତ୍ରାସକୁ ବିନା ଟେଣ୍ଡରରେ କବାଡି ଖାନାକୁ ଟ୍ରକ ମାଧ୍ୟମରେ ବୁହା ହେବା ବେଳେ ସ୍ଥାନୀୟ ବାସୀ ଗଣମାଧ୍ୟମ ଓ ପୋଲିସ ଖବର ଦେଇଥିଲେ। ଛୁଟି ଦିନରେ ଜଳ ସମ୍ପଦକାର୍ଯ୍ୟଳୟ ବନ୍ଦ ଥିବା ବେଳେ ଗେଷ୍ଟ ହାଉସ ପରିସରରେ ଟ୍ରକରେ ଯନ୍ତ୍ରାଶ ଟ୍ରକ ମାଧ୍ୟମରେ ସ୍ଥାନାନ୍ତର ହେବା ଓ ଘଟଣା ସ୍ଥଳର ନା ଜଳ ସମ୍ପଦ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ନ ରହିବା ତାହା ସ୍ଥାନୀୟ ବାସୀଙ୍କର ସନ୍ଦେହ ଉପୁଡିଥିଲା।ସହି ପୁରୁଣା ଯନ୍ତ୍ରାସ ଆନୁମାନିକ ମୂଲ୍ୟ ୭୦ରୁ ୮୦ଲକ୍ଷ ଟଙ୍କା ହୋଇଥିବା ବେଳେ କେଉଁ କାରଣରୁ ତାହା ଟେଣ୍ଡର ହୋଇ ନଥିଲା ଏବଂ ଏହି ଟେଣ୍ଡର କେମିତି ୍ୱିଡ଼ର ମାନେ ଭାଗ ନେଲେ ନାହିଁ ।

ଘଟଣା ସମ୍ପର୍କରେ ବିଭାଗୟ ଜେଇ ବାଣୀଶ୍ରୀ ନାୟକ ଏସିଙ୍କ ସହ ନିର୍ଦେଶରେ ସନ୍ତ୍ରାଶ କବାଡି ବଲାକୁ ଦିଆ ଯାଇଛି ବୋଲି ସଫେଇ ଦେଇଥବାବେଳେ ଏହି ଘଟଣାରେ ଏସଡିଓ କିନ୍ତୁ ସିଧା ସିଦ୍ଧି ମୁହଁ ଖୋଲିଛନ୍ତି ତାଙ୍କୁ ଅଜାଣତରେ ଜେଇ ଏହି ବେ ଆଇନ କାଯ୍ୟ କରିଛନ୍ତି ।ଅନ୍ୟପଟେ ଏହି ଘଟଣାରେ ସ୍ଥାନୀୟ ବାସୀ ଜେଇ ୍ୱାଣିଶ୍ରୀ ନାୟକ ଓ କବାଡିବଲାଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ହରଡ଼ଗଣାରେ ପଡିଛନ୍ତି ଜେଇ ୍ୱାଣିଶ୍ରୀ ନାୟକ ।ତେବେ ଏହି ଘଟଣାରେ ଜଳ ସମ୍ପଦ ବିଭାଗରେ ଉଚ୍ଚ କତୃପକ୍ଷ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା ।
