ବାଲିଗୁଡ଼ା: ଜୁନ୍ ୧୪ ତାରିଖ, ବିଶ୍ୱ ରକ୍ତଦାତା ଦିବସ । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାଲିଗୁଡ଼ାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ “ବିପଦର ବନ୍ଧୁ” ର ସମସ୍ତ ସଦସ୍ୟ,ସଦସ୍ୟା ପୂର୍ଣ୍ଣ ସହଯୋଗ କରିବା ସହ ସ୍ୱେଛାକୃତ ରକ୍ତଦାନ କରିଥିଲେ । ସ୍ଥାନୀୟ ବିଏସ୍ଏଫ ଜବାନ, ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର, କର୍ମଚାରୀଙ୍କ ସମେତ ଅଞ୍ଚଳର ବହୁ ଯୁବକ ଯୁବତୀ ଏଥିରେ ସାମିଲ ହୋଇ ସ୍ୱେଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି ଶିବିରରେ ସମୁଦାୟ ୬୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ଜଣାପଡ଼ିଛି । ସବୁବେଳେ ଆବଶ୍ୟକ ରୋଗୀଙ୍କୁ ରକ୍ତଦାନ କରି ଲୋକଙ୍କ ଜୀବନ ବଞ୍ଚାଉଥିବା ବିପଦର ବନ୍ଧୁ ସଙ୍ଗଠନର ସଦସ୍ୟ,ସଦସ୍ୟାମାନଙ୍କୁ ଉତ୍ସାହିତ କରିବା ପାଇଁ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ସମ୍ମାନିତ କରିବା ସହ ମାନପତ୍ର ଦିଆଯାଇଛି । ସେପଟେ ଆସେ ଯେଉଁଭଳି ରୋଗୀ ସେବାରେ ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ସହଯୋଗ କରୁଛୁ ଏବଂ ଆବଶ୍ୟକ ରୋଗୀଙ୍କୁ ରକ୍ତଦାନ କରିଆସୁଛୁ ଏହି ସହଯୋଗ ଆଗାମୀ ଦିନରେ ମଧ୍ୟ ଯାରି ରହିବ ବୋଲି କହିଛନ୍ତି ବିପଦର ବନ୍ଧୁ ସଙ୍ଗଠନର ସଦସ୍ୟ ସୁନିଲ୍ ପାତ୍ର ଓ ସଦସ୍ୟା ତେଜସ୍ୱିନି ନାୟକ । ଅନ୍ୟପଟେ ବିପଦର ବନ୍ଧୁ ସଙ୍ଗଠନର ସଦସ୍ୟ,ସଦସ୍ୟା ଆମକୁ ସବେଳେ ସହଯୋଗ କରିବା ସହ ସ୍ୱେଛାକୃତ ଭାବେ ରୋଗୀଙ୍କୁ ରକ୍ତଦାନ କରୁଛନ୍ତି ଆମେ ସେମାନଙ୍କୁ ସାଧୁବାଦ ଜଣାଇବା ସହ ଆଗାମୀ ଦିନରେ ମଧ୍ୟ ତାଙ୍କ ସହଯୋଗ କାମନା କରୁଛୁ ବୋଲି କହିଛନ୍ତି ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଏସ୍. ରାମ ପାତ୍ର ।
