ଦିଲ୍ଲୀ ଏନ୍‌ସିଆର୍‌ରେ ବଢୁଛି ପ୍ରଦୂଷଣ; ଏମସିଡିକୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା

Spread the love



ନୂଆଦିଲ୍ଲୀ:ଦିଲ୍ଲୀ ଏନସିଆରରେ ବଢୁଥିବା ପ୍ରଦୂଷଣ ସମସ୍ୟାକୁ ଦେଖି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଆଗାମୀ ବର୍ଷ ୧ ଅକ୍ଟୋବରରୁ ୩୧ ଜାନୁଆରୀ ପର୍ଯ୍ୟନ୍ତ ଏମସିଡି ଟୋଲ୍ ରଖିବାର ଚେଷ୍ଟା ନକରୁ, କାରଣ ଟୋଲ୍ ବେଳେ ଲାଗିଥିବା ଜାମ୍ ପ୍ରଦୂଷଣର ବଡ଼ କାରଣ। କୋର୍ଟ ମ୍ୟୁନିସିପାଲିଟି କର୍ପୋରେସନ୍ ଅଫ୍ ଦିଲ୍ଲୀ( ଏମସିଡି)କୁ କହିଛନ୍ତି, ସେ ଟୋଲ୍ ବୁଥ୍ ସିଫ୍ଟ କରନ୍ତୁ ଓ ଏକ ସପ୍ତାହ ଭିତରେ ଏହା ଉପରେ ବିଚାର କରି ନିଷ୍ପତ୍ତି ନିଅନ୍ତୁ। ସୁପ୍ରିମକୋର୍ଟ ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆକୁ କହିଛନ୍ତି, ବିକଳ୍ପ ଭାବରେ ସେ ଟୋଲ୍ ଆଦାୟ କରି. ଏମସିଡିକୁ ଭାଗ ଦେବା ଉପରେ ବିଚାର କରନ୍ତୁ। କୋର୍ଟ ଏହି ସମୟରେ ଏମସିଡିକୁ କଡା ଭର୍ତ୍ସନା କରିଛନ୍ତି। କହିଛନ୍ତି, କାଲି ଟଙ୍କା ପାଇଁ ଆପଣ କନେଟ୍ ପ୍ଲେସ୍‌ରେ ମଧ୍ୟ ଟଙ୍କା ଆଦାୟ କରିବା ଆରମ୍ଭ କରିଦେବେ।ଶୁଣାଣି ବେଳେ କୋର୍ଟଙ୍କୁ ସେହି ସମସ୍ୟା ବିଷୟରେ କୁହାଯାଇଥିଲା, ଯାହାକି ଦିଲ୍ଲୀ ଏନସିଆରରେ ପ୍ରଦୂଷଣର ବଡ଼ କାରଣ। ଏଥିରେ ଦିଲ୍ଲୀଗୁରଗାଓଁର ଏମସିଡି ଟୋଲ୍ ପ୍ଲାଜା ମଧ୍ୟ ରହିଛି। କୋର୍ଟ କହିଛନ୍ତି, ଏହି ଟୋଲ୍ କାରଣରୁ ବହୁ ସମୟ ପଯ୍ୟନ୍ତ ଲମ୍ବା ଜାମ୍ ଲାଗିଥାଏ। ଘ ଧରି ସଡକରେ ଥିବା କାର, ମୋଟର ସାଇକେଲ ଓ ଅନ୍ୟ ବାହନ ପ୍ରଦୂଷଣ ସୃଷ୍ଟି କରିଥାଏ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, ଏଭଳି ହେଉଥିଲା ଆପଣଙ୍କ ଇନକମ୍ ଆମକୁ ଦରକାର ନାହିଁ। ଆମେ ଆଗାମୀ ବର୍ଷ ୧ ଅକ୍ଟୋବରରୁ ୩୧ ଜାନୁଆରୀ ପର୍ଯ୍ୟନ୍ତ ଟୋଲ୍ ପ୍ଲାଜା ବନ୍ଦ ରଖିବା ପାଇଁ ଠୋସ୍ ପ୍ଲାନ୍ ଚାହୁଁଛୁ।’

Leave a Reply

Your email address will not be published. Required fields are marked *

error: Content is protected !!