କନ୍ଧମାଳ: ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ହାଇୱା ।କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା କୁରୁଙ୍ଗୁଲି ଘାଟି ରେ ଘଟିଛି ଦୁର୍ଘଟଣା।ଦୁର୍ଘଟଣା ପରେ ହାଇୱା ଭିତରେ ଚାପି ହୋଇଗଲେ ଡ୍ରାଇଭର। ଫୁଲବାଣୀ ରୁ ସିମେଣ୍ଟ ବୋଝେଇ ହାଇୱା ଟି କ.ନୂଆଗାଁ ଅଭିମୁଖେ ଆସୁଥିବା ବେଳେ କୁରୁମୁଲି ଘାଟି ବୁଲାଣି ରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । କ.ନୂଆଗାଁ ପୋଲିସ ଓ ସାରଙ୍ଗଡ଼ ଅଗ୍ନିଶମ ବାହିନୀ ର ଉଦ୍ୟମ ପରେ ଚାପି ହୋଇ ରହିଥିବା ଡ୍ରାଇଭର ଙ୍କୁ ଉଦ୍ଧାର କରାଯାଇ କ.ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଛି ।ଗୁରୁତର ଡ୍ରାଇଭର ସାରଙ୍ଗଡ଼ ଥାନା ଦଣ୍ଡିମାହା ର ବାଞ୍ଛା ପରିଜା ହୋଇଥିବା ଜଣା ପଡିଛି। ତେବେ ମୁଖ୍ୟ ରାସ୍ତାରେ ହାଇୱା ଦୁର୍ଘଟଣା ପରେ କ.ନୂଆଗାଁ ରୁ ସାରଙ୍ଗଡ଼ -ଫୁଲବାଣୀ କୁ ଯାତାୟାତ ଠପ ରହିଥିଲା । ରାସ୍ତା ଜାମ ଫଳ ରେ ଉଭୟ ପାର୍ଶ୍ୱ ରେ ବହୁ ଗାଡି ମୋଟର ଅଟକି ରହିଥିବା ବେଳେ ଦୀର୍ଘ ସାତ ଘଣ୍ଟା ପରେ ଦୁର୍ଘଟଣା ଗସ୍ତ ହାଇୱା କୁ ହଟାଯିବା ପରେ ଗାଡି ମୋଟର ଚଳାଚଳ ସ୍ୱଭାବିକ ହୋଇଥିଲା ।
