ଫୁଲବାଣୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ଙ୍କ ନିର୍ଦେଶ କ୍ରମେ ମାର୍ଚ୍ଚ ୩୧ ତାରଖ ସୁଦ୍ଧା ସମଗ୍ର ଭାରତ ବର୍ଷ ମାଓ ମୁକ୍ତ ହେବା ନିମନ୍ତେ ସମୟ ନିର୍ଦ୍ଧାରିତ କରାଯାଇ ଥିଲା। ସୁରକ୍ଷା କର୍ମୀ ମାନେ ଦିନ ରାତି ଅହରହ ଉଦ୍ୟମ କରି ମାଓ ମୁକ୍ତ କରିଛନ୍ତି। କନ୍ଧମାଳ ଜିଲ୍ଲା ସମ୍ପୂର୍ଣ୍ଣ ମାଓ ମୁକ୍ତ ହୋଇଛି। କନ୍ଧମାଳ ଜିଲ୍ଲାର ଯେଉଁ ଜଙ୍ଗଲ ଅଞ୍ଚଳରେ ମାବାଦୀମାନେ କ୍ୟାମ୍ପ୍ କରି ରହୁଥିଲେ ସେହି ସ୍ଥାନ ଗୁଡ଼ିକରେ ପୁଲିସ୍ ବାହିନୀ ସର୍ଚ୍ଚ ଅପରେସନ କରି ମାଓ କ୍ୟାମ୍ପ ଠାବ କରି ମାଓ କ୍ୟାମ୍ପ ଗୁଡିକୁ ଧ୍ୱଂସ କରି ମାଓବାଦୀ ମାନଙ୍କୁ ନିହତ କରିଥିଲେ। ସେଠାରୁ ବିପୁଳ ପରିମାଣ ରେ ମାଓ ବ୍ୟବହୃତ ସାମଗ୍ରୀ ଉଦ୍ଧାର କରିଥିଲେ। ପୋଲିସ୍ ସୂଚନା ଅନୁସାରେ ୨୦୨୫ ରୁ ୨୦୨୬ ମାର୍ଚ୍ଚ ୩୧ ମଧ୍ୟରେ କେନ୍ଦ୍ରୀୟ କମିଟି ସଦସ୍ୟ ଓଡ଼ିଶା ରେ ଯାହା ନେତୃତ୍ୱରେ ମାଓ ସଂଗଠନ ଗୁଡିକ ପରିଚାଳିତ ହେଉ ଥିଲା ସେହି ଟପ୍ ମାଓ ନେତା ଗଣେଶ ଉଇକେ ,ରାଜ୍ୟ କମିଟି ସଦସ୍ୟ ଶୁକ୍ରୁ ଙ୍କ ସମେତ ସୁରକ୍ଷା ବାହିନୀ ର ଗୁଳିରେ ୧୦ ଜଣ ମାଓବାଦୀ ନିହତ ହୋଇଥିଲେ। ୨୪ ଜଣ ମାଓବାଦୀ ଏସ୍ ପି କନ୍ଧମାଳ ଙ୍କ ନିକଟରେ ଆତ୍ମ ସମର୍ପଣ କରିଥିଲେ। କନ୍ଧମାଳ ଜିଲ୍ଲା ରୁ ସମ୍ପୂର୍ଣ୍ଣ ମାଓ ମୁକ୍ତ ହେଲେ କିନ୍ତୁ ମାଓବାଦୀ ମାନେ ଲୁଚାଇ ରଖି ଥିବା ସମସ୍ତ ଅସ୍ତ୍ର ଶସ୍ତ୍ର ପୁଲିସ୍ ଜବତ କରି ପାରିନାହିଁ।

ଜଙ୍ଗଲ ର କେଉଁ କେଉଁ ସ୍ଥାନରେ ମାଓ ମୁକ୍ତ କନ୍ଧମାଳ ହେଲା ପରେ ମଧ୍ୟ ମାଓ ବାଦୀ ମାନେ ରହିଛନ୍ତି ବା ଅସ୍ତ୍ର ଶସ୍ତ୍ର ଲୁଚାଇ ରଖି ଛନ୍ତି ଏବଂ ଭବିଷ୍ୟତରେ ମାଓ କାର୍ଯ୍ୟ କଳାପର ପୁନରାବୃତ୍ତି ନ ହେଉ ସେଥି ଯୋଗୁଁ କନ୍ଧମାଳ ଏସ୍ ପି ରାମେନ୍ଦ୍ର ପ୍ରସାଦ ଙ୍କ ନେତୃତ୍ୱରେ କନ୍ଧମାଳ ଜିଲ୍ଲାରେ ପୂର୍ବରୁ ମାଓବାଦୀ ମାନେ ରହୁଥିବା ଜଙ୍ଗଲ ଗୁଡ଼ିକରେ ପୁଲିସ୍ ପକ୍ଷରୁ କମ୍ବିଂ ସର୍ଚ୍ଚ ଅପରେସନ ଜାରି ରହିଛି । ସୂଚନା ଯୋଗ୍ୟ ଆତ୍ମ ସମର୍ପଣ କରିଥିବା ମାଓବାଦୀ ମାନଙ୍କ ଠାରୁ ପୋଲିସ୍ ଗୁପ୍ତ କ୍ୟାମ୍ପ ର ସୂଚନା ପାଇ ସେହି ସ୍ଥାନ ଗୁଡ଼ିକରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ପୋଲିସ୍ ସର୍ଚ୍ଚ ଅପରେସନ ବେଳେ ବାଲିଗୁଡା ଥାନା ଅନ୍ତର୍ଗତ ଗଙ୍ଗାପଦ,ର୍କୋଡା ମାହା,ପାଜିମାହା, ଟେଙ୍ଗେରୀ,ବାଲିମାହା ଅଞ୍ଚଳରେ ୯ ଟି ଏସ୍ ଜି ଦଳ ଓ ଗୋଟିଏ ଡିଭି ଏଫ୍ ଦଳ ସାମିଲ ହୋଇ ସର୍ଚ୍ଚ ଅପରେସନ କରିଥିଲେ। ସର୍ଚ୍ଚ ଅପରେସନ ବେଳେ ଗୋଟିଏ ବଡ ମାଓ କ୍ୟାମ୍ପ ରୁ ମାଓବାଦୀ ମାନେ ବ୍ୟବହାର କରୁଥିବା ୧ ଗୋଟିଏ ଝଖଜ ବନ୍ଧୁକ,୨ ଝଈଖବନ୍ଧୁକ,ଗୋଟିଏ ଦେଶୀ ବନ୍ଧୁକ,୩୦ ଟି ଇଲେକ୍ଟ୍ରି ଡେଟ୍ ନେଟର , ୧ ବଣ୍ଡଲ୍ ଡ଼ାଲକଡେକ୍ସ ତାର,୧୦ ଟି ଝଈଏଖ ଗ୍ରେନେଡ, ମାଓ ପୋଷାକ,ପତ୍ରିକା,ଚପଲ ,ଛତା ଔଷଧ ଆଦି ବିପୁଳ ପରିମାଣ ମାଓ ସାମଗ୍ରୀ ଜବତ କରିଛି ପୁଲିସ। ମାଓ ବାଦୀ ଙ୍କୁ କନ୍ଧମାଳ ରୁ ଜିଲ୍ଲା ରୁ ମାଓମୁକ୍ତ ନ ହେବା ଯାଏ ଡି ଭି ଏଫ୍, ଏସ୍ ଓ ଜି,ସି ଆର ପି ଏଫ୍,ବି ଏସ୍ ଏଫ୍ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଜାରି ରଖିବେ ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଏସ୍ ରାମେନ୍ଦ୍ର ପ୍ରସାଦ ଗଣ ମାଧ୍ୟମ ସୂଚନା ଦେଇଛନ୍ତି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ ଡି ପି ଓ ଫୁଲବାଣୀ ଶୁଭ୍ରଜିତ୍ ବିଶ୍ୱାଳ,ବାଲିଗୁଡା ଏସ୍ ଡି ପି ଓ ଶୁଭମ୍ ଭଂସଲେ ଉପସ୍ଥିତ ଥିଲେ।
