ବାରିପଦା; ମୟୂରଭଞ୍ଜ ଜିଲା ରାଜନୀତିରେ ବହୁ ପରିଚିତ ଯୁବନେତା ଅଂଶୁମାନ ଦାସଙ୍କ ଉପରେ ଓଡିଶା ଜନତା କଂଗ୍ରେସ (ଓଜେସି) ଦଳ ଗୁରୁଦାୟିତ୍ୱ ନ୍ୟସ୍ତ କରିଛି। ଶ୍ରୀଦାସ ପୂର୍ବରୁ ଓଜେସି ଦଳର ରାଜ୍ୟ ସମ୍ପାଦକ ଥିଲା ବେଳେ ଦଳର ସଭାପତି ତଥା ବରବାଟୀ – କଟକର ପୂର୍ବତନ ବିଧାୟକ ଇଂ ମୋହମ୍ମଦ ମୋକିମ ତାଙ୍କୁ ମୟୂରଭଞ୍ଜ ଜିଲ୍ଲା ସଭାପତି ଭାବେ ଗୁରୁଦାୟିତ୍ୱ ଦେଇଛନ୍ତି । ଶ୍ରୀ ଦାସ ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ରହି ଜିଲ୍ଲାର ବିଭିନ୍ନ ପ୍ରସଙ୍ଗକୁ ନେଇ ଗତ ୧୫ ବର୍ଷ ଧରି ସ୍ୱର ଉଠାଇ ଆସିବା ସହ ଜିଲ୍ଲା ରାଜନୀତିରେ ବେଶ ଗୁରୁତ୍ୱପୂର୍ଣ୍ଣ ଭୁମିକା ତୁଲାଇଆସିଛନ୍ତି। ଏହାବାଦ ସେ ପୂର୍ବରୁ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କଳା ପତକା ଦେଖେଇ ଆରେଷ୍ଟ ହେଇଥିଲା ବେଳେ ମଦବନ୍ଦ ଦାବି ନେଇ ବାରିପଦାରୁ ଭୁବନେଶ୍ୱର ରାଜ୍ୟପାଳଙ୍କ ନିକଟକୁ ପଦଯାତ୍ରା କରି ସମଗ୍ର ଓଡିଶାରେ ଚର୍ଚ୍ଚା ସାଉଁଠିଛନ୍ତି। ଜଣେ ଯୁବନେତାଙ୍କ ଉପରେ ଜିଲ୍ଲା ସଭାପତି ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ କରାଯିବା ଶ୍ରୀଦାସଙ୍କ ପାରଙ୍ଗମତାକୁ ପ୍ରମାଣିତ କରିବା ସହ ଆଗାମୀ ଦିନରେ ମୟୂରଭଞ୍ଜ ଜିଲ୍ଲାରେ ଓଜେସି ଯୁବବର୍ଗଙ୍କ ଉପରେ ପ୍ରମୁଖ ଗୁରୁତ୍ୱ ଦେବା ଆଶା କରାଯାଉଛି ଶ୍ରୀ ଅଂଶୁମାନ ଦାସ ଏଥିପାଇଁ ଦଳର ସଭାପତି ମୋହମ୍ମଦ ମୋକିମ ଙ୍କୁ ଧନ୍ୟବାଦ ଜଣେଇଛନ୍ତି।
