oppo_2
ମାହାଙ୍ଗା: କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ କଇଥା ଚମ୍ପାପୂର ଗାନ୍ଧୀ ଶିକ୍ଷା ଶ୍ରମ ପରିସରରେ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଭଲିବଲ୍ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଏହି ଅବସରରେ ମଣ୍ଡଳ ଶିକ୍ଷାଧିକାରିଣୀ ଶ୍ରୀମତୀ ମୋନାଲିସା ସରକାରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଶାରଦା ପ୍ରସାଦ ପ୍ରଧାନ ଯୋଗ ଦେଇ ପ୍ରଥମେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଆନୁଷ୍ଠାନିକ ଭାବେ ଭଲିବଲ୍ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ଏଥି ସହ ବରଣ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷଧିକାରୀ ନିତ୍ୟାନନ୍ଦ ବାରିକ, ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀମତୀ ଅଭିଜିତା ଭାସ୍କର, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରିଣୀ ସୁଶ୍ରୀ ସୌଦାମିନୀ ଦାସ , ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସୋମନାଥ ରାମ, ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରିଣୀ ଶ୍ରୀମତୀ ସବିତା ସ୍ୱାଇଁ ସମେତ ଜିଲ୍ଲାର ସମସ୍ତ ଖେଳ ଶିକ୍ଷକ ସାମିଲ୍ ହୋଇଥିଲେ । କ୍ରୀଡ଼ା ସଂଗଠନ ସମ୍ପାଦକ ପାର୍ଥ ସାରଥି ଦାସଙ୍କ ନେତୃତ୍ୱରେ ଜିଲ୍ଲାର ୧୪ ଟି ବ୍ଲକ୍ ରୁ ଆସିଥିବା ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ଭଲିବଲ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା ବେହେରା,ସରପଞ୍ଚ ରମେଶ ଚନ୍ଦ୍ର ପୃଷ୍ଟି,ସମାଜ ସେବୀ ମନୋଜ କୁମାର ନାଥ,ପ୍ରଶାନ୍ତ ରାଉତ,ନରେଶ କୁମାର ସାହୁ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।
