ବାଲୁଗାଁ: ଶନିବାର ଦିନ ଜଣେ ନାବାଳକ ଖେଳୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଛନ୍ତି।ଖବର ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ ନିମିକ୍ଷେତା ଗ୍ରାମର ବିପିନ ମହାପାତ୍ରଙ୍କ ପୁଅ ରାହୁଲ ମହାପାତ୍ର (୧୬) କ୍ରିକେଟ ଖେଳୁଥିବା ସମୟରେ ବଲଟି ଛାତ ଉପରକୁ ପଡିଯାଇଥିଲା।ରାହୁଲ ଛାତ ଉପରୁ ବଲ ଆଣିବାକୁ ଯାଇଥିବା ବେଳେ ଛାତ ଉପର ଦେଇ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳି ଯାଇଥିଲେ।ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ନାବାଳକକୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।
