ବାରିପଦା : ରାସ ଗୋବିନ୍ଦ ପୁର ବ୍ଳକ ହେଡ୍ କ୍ୱାଟରରେ ବିନୋଦ ବିହାରୀ ଆଥଲେଟିକ୍ସ କ୍ଲବର ୬୯ ତମ ରଜ କ୍ରୀଡା ମହୋତ୍ସବର ପ୍ରଥମ ପର୍ଯ୍ୟାୟରେ ସ୍ୱର୍ଗତ ବନମାଳୀ ମହାନ୍ତି ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି।ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାସଗୋବିନ୍ଦପୁର ସରପଞ୍ଚ ସୁଧାଂଶୁ ନାଏକ, ସମ୍ମାନୀତ ଅତିଥି ଭାବେ ବିନୋଦ ବିହାରୀ ଆଂଚଳିକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ ବସନ୍ତ କୁମାର ମହାନ୍ତ ଓ ସ୍ୱତନ୍ତ୍ର ଅତିଥି ଭାବେ ରାସଗୋବିନ୍ଦପୁର ଥାନା ଏ ଏସ୍ ଆଇ ସଞ୍ଜୟ କୁମାର ନାୟକ ଫିତା କାଟି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟ ନିମନ୍ତ୍ରିତ ଅତିଥି ଭାବରେ ସାମ୍ବାଦିକ ଅଶୋକ ମହାନ୍ତି,ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦଲେଇ,ମନୋରଂଜନ ମହାନ୍ତି,ତ୍ରିଲୋଚନ ସେଠୀ ଓ ଆଥଲେଟିକ୍ସ କ୍ଲବ୍ ପ୍ରାକ୍ତନ ସଭାପତି ଇଞ୍ଜିନିୟର ନରୋତ୍ତମମହାନ୍ତି,ଇଞ୍ଜିନିୟର ପ୍ରଭାତ କୁମାର ଦାସ,ଚିତ୍ତରଞ୍ଜନ ପରିଡା,ଦେବେନ୍ଦ୍ର ବାରିକ,ଅମୂଲ୍ୟ ଗିରି,ବିନୋଦ ବିହାରୀ ଦାସ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଥିବାବେଳେ ଆଥଲେଟିକ୍ସ କ୍ଲବର ସମ୍ପାଦକ ପ୍ରାକ୍ତନ ସରପଞ୍ଚ ଅଞ୍ଜନ ମୁର୍ମୁ ତଥା ସଭାପତି ଅଜୟ କୁମାର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ କୋଷାଧ୍ୟକ୍ଷ ଅରୁଣ କୁମାର ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୬୯ ତମ ବାର୍ଷିକ କ୍ରୀଡା ମହୋତ୍ସବ ୨୦୨୬ ଉଦଘାଟିତ ହୋଇଯାଇଛି। ଉଦଘାଟନୀ କ୍ରିକେଟ ମ୍ୟାଚରେ ଅଜୁ ଏକାଦଶ ରାସଗୋବିନ୍ଦପୁର ଭର୍ସେସ୍ ଲଳିତ ଏକାଦଶ ରାସଗୋବିନ୍ଦପୁର ମଧ୍ୟରେ ହୋଇ ଥିବାବେଳେ ୫ ତାରିଖରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ରଜ କ୍ରୀଡା ଉତ୍ସବରେ ୭ ତାରିଖ ସ୍ୱର୍ଗତ କ୍ଷେତ୍ରମୋହନ ସେଠୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଷୋହଳ ଗୋଟି ଟିମ୍ କୁ ନେଇ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି । ବାକି ଦିନ ଗୁଡ଼ିକରେ ବିଭିନ୍ନ ବର୍ଗର କ୍ରୀଡା ପ୍ରେମୀ ମାନଙ୍କ ଦ୍ୱାରା ରୋମାଞ୍ଚକର ରଜ ଖେଳ ଅନୁଷ୍ଠିତ ହୋଇ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଖେଳ ବିଜେତାଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇ ଉତ୍ସାହିତ କରାଯିବ।ରଜ କ୍ରୀଡା ଉତ୍ସବରେ ଏଗାର ଦିନଧରି ହେବାକୁଥିବା ବିଭିନ୍ନ ପ୍ରକାରର ଖେଳକୁ ଉପଭୋଗ କରିବା ପାଇଁ ଖେଳାଳି ଓ ଖେଳପ୍ରେମୀ ଦର୍ଶକ ମାନଙ୍କ ପାଇଁ ପର୍ଯ୍ୟାପ୍ତ ପିଇବା ପାଣି,ପ୍ରାଥମିକ ଚିକିତ୍ସା ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ବିନୋଦ ବିହାରୀ ଆଥଲେଟିକ୍ସ କ୍ଲବ୍ ପକ୍ଷରୁ କରାଯାଇଥିବାର ସମ୍ପାଦକ ଅଞ୍ଜନ ମୁର୍ମୁ ଏବଂ କୋଷାଧକ୍ଷ ଅରୁଣ କୁମାର ମହାନ୍ତି ସୂଚନା ଦେଇଥିବାବେଳେ ଖେଳ ମାଧ୍ୟମରେ ସୁସମ୍ପର୍କର ଭାଇଚାରା ସୃଷ୍ଠି ହେବା ସହ ସୁସ୍ଥ ଜୀବନଶୈଳୀ ବାସ୍ତବିକ କ୍ଷେତ୍ରରେ ତିଆରି ହୁଏ ବୋଲି ଉପସ୍ଥିତ ଅତିଥି ମାନେ ମତ ପ୍ରକାଶ କରିଥିଲେ।
