ଫୁଲବାଣୀ : ଖଜୁରୀପଡା ଥାନା ଅନ୍ତର୍ଗତ ବଲସ୍କୁମ୍ପା ନିକଟ ପିଲା ସାଲୁଙ୍କି ଡ୍ୟାମ କୁ କଲେଜ୍ ଛୁଟି ହୋଇଥିବା ଯୋଗୁଁ ୬ ଜଣ ସାଙ୍ଗ ବୁଲି ଯାଇ ଗାଧୋଉଥିବା ବେଳେ ଗୋଡ ଖସି ଦୁଇ ଛାତ୍ର ପାଣିରେ ବୁଡି ଯାଇଥିଲେ । ଜଣଙ୍କୁ ଉଦ୍ଧାର କରା ଯାଇଥିବାଳେ ଅନ୍ୟ ଜଣଙ୍କ ପତା ମିଳି ନ ଥିଲା । ଖବର ପାଇ ଫୁଲବାଣୀ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗଭୀର ପାଣିରେ ବୁଡ଼ି ଯାଇଥିବା ପତା ମିଳୁ ନ ଥିବା ଅନ୍ୟ ଛାତ୍ର ଙ୍କୁ ଖୋଜି ଉଦ୍ଧାର କରି ଫୁଲବାଣୀ ମେଡିକାଲକୁ ନିଆ ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ?। ପ୍ରଥମେ ଉଦ୍ଧାର କରାଯାଇଥିବା ଛାତ୍ର ଛାତିରେ ପାଣି ଜମି ଯାଇ ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ମୃତକ ଛାତ୍ର ହେଲେ ଫୁଲବାଣୀ ପିଅନପଡା ସାହିର ଶୁଭେନ୍ଦୁ ନାୟକଙ୍କ ପୁଅ ସୀତାଂଶୁ ଶେଖର ନାୟକ ୧୭ ବର୍ଷ । ଗୁରୁତର ଛାତ୍ର ହେଲେ ଫୁଲବାଣୀ ବ୍ରାହ୍ମଣ ସାହିର ଆଦିତ୍ୟ ପାତ୍ର ୧୯ ବର୍ଷ ଜଣାପଡ଼ିଛି। ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଫୁଲବାଣୀ ମେଡିକାଲ କୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଆଦିତ୍ୟର । ସୂତାଂଶୁ ବାପା ଜଣେ ବରିଷ୍ଠ କିରାଣୀ ପୁଅକୁ ଉଚ୍ଚ ଶିକ୍ଷା ପାଇଁ ଭୁବନରଶ୍ୱରରେ ଏକ ଘରୋଇ ଇଂଜିନୀରିଙ୍ଗ କଲେଜରେ ପାଠ ପଢାଉଥିଲେ । ପୁଅର ମୃତ୍ୟୁ ଖବର ପାଇ ପରିବାର ଲୋକେ ଦୁଃଖ ରେ ଭାଙ୍ଗି ପଡ଼ିଛନ୍ତି । ଏଭଳି ଦୁଖଦଃ ଅଭାବନୀୟ ଘଟଣା ଯୋଗୁଁ ଫୁଲବାଣୀ ସହରରେ ଶୋକ ର ଛାୟା ଖେଳି ଯାଇଛି।
