ପୁରୀ: ଅଲ ଓଡ଼ିଶା ଚେସ ଆସୋସିଏସନର ସାଧାରଣ ପରିଷଦ ବୈଠକ ପୁରୀ ଭିଆଇପି ରୋଡ ସ୍ଥିତ ହୋଟେଲ ବେନସନ ସଭାଗୃହରେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅନୁଷ୍ଠାନର ସଭାପତି ଶୁଭେନ୍ଦୁ ରାୟ ମହାପାତ୍ର ଅଧ୍ଯକ୍ଷତା କରି କହିଲେ ଓଡିଶା ଚେସ ଦଳ କିପରି ଭଲ ପ୍ରଦର୍ଶନ କରିବ ତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସାଧାରଣ ପରିଷଦ ବୈଠକରେ ଅନୁଷ୍ଠାନର ସମ୍ପାଦକ ଦେବବ୍ରତ ଭଟ୍ଟ ରାଜ୍ୟ ଟିମ ସମ୍ପର୍କରେ ବିବରଣୀ ପାଠ କରିଥିଲେ । ଗତ ବୈଠକର ପ୍ରସ୍ତାବ ଗୁଡିକ ଗୃହୀତ ହୋଇଥିଲା । ୨୦୨୪ ଓ ୨୫ ମସିହାର ଆୟ ବ୍ଯୟ ହିସାବ ଅଡିଟ ହୋଇନଥିବାରୁ ପୂର୍ବତନ କୋଷାଧ୍ୟକ୍ଷ ଶଙ୍କର ପ୍ରସାଦ ମିଶ୍ର ଏହାର ଫାଇଲକୁ ସାତଦିନ ଭିତରେ ଠିକ କରି ଆସୋସିଏସନ ପାଖରେ ଦାଖଲ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ସାତଦିନ ଭିତରେ ଏହି କାଗଜପତ୍ର ପ୍ରଦାନ ନକଲେ ଆଇନର ଆଶ୍ରୟ ନିଆଯିବ ବୋଲି ବୈଠକରେ ସ୍ଥିର କରାଯାଇଥିଲା । ୨୦୨୫-୨୬ ମସିହାର କାର୍ଯ୍ୟକ୍ରମ ସମ୍ପର୍କରେ ବର୍ତ୍ତମାନ ସମ୍ପାଦକ ଦେବବ୍ରତ ଭଟ୍ଟ ସହ ଆର୍ôଥକ କାଗଜପତ୍ର ବର୍ତ୍ତମାନର କୋଷାଧ୍ୟକ୍ଷଙ୍କୁ ହସ୍ତାନ୍ତର କରିଥିଲେ । ଆସୋସିଏସନର କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା ।

ଆସୋସିଏସନ ଅଧିକ କାର୍ଯ୍ୟକ୍ରମ ହାତକୁ ନେବା ସହ ତୃଣମୂଳ ସ୍ତରରେ ବ୍ୟାପକ କରିବା ପାଇଁ ଆଲୋଚିତ ହୋଇଥିଲା । ସଭାପତି ଓ ସମ୍ପାଦକ ସର୍ବ ଭାରତୀୟ ଚେସ ଫେଡେରେସନ (ଏଆଇସିଏଫ) ସହ ସମ୍ପର୍କ ରଖି ସମସ୍ତ କାର୍ଯ୍ୟକ୍ରମ ଗୁଡିକ ରାଜ୍ୟ ଆସୋସିଏସନର ସଭ୍ଯ ମାନଙ୍କୁ ଜଣାଇବା ପାଇଁ ଆଲୋଚନା ହୋଇଥିଲା । ବୈଠକରେ ଓଡ଼ିଶାର ୧୪ଟି ଜିଲ୍ଲାର ସଭାପତି ଓ ସମ୍ପାଦକ ଯୋଗ ଦେଇଥିଲେ । କାର୍ଯ୍ୟନିର୍ବାହୀ ସଭ୍ଯ ରିତେଶ କୁମାର ରଥ, ପୁରୀ ଜିଲ୍ଲାର ଚେସ ଆସୋସିଏସନର ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ଅଭିଷେକ ଆଚାର୍ଯ୍ଯ, କୋଷାଧ୍ୟକ୍ଷ ବିଧୁଭୁଷଣ ମିଶ୍ର,ପୂର୍ବତନ ସମ୍ପାଦକ କେ କେ ଶର୍ମା, ତାପସ କୁମାର ମହାନ୍ତି, ଅନନ୍ତ ନାରାୟଣ ମିଶ୍ର, ସୁରେଶ କୁମାର ପଟେଲ, ନାରାୟଣ ସାହୁ, ମନୋଜ କୁମାର ଦାସ, ଦେବାଶିଷ ଚକ୍ରବର୍ତ୍ତୀ ପ୍ରମୁଖ ଯୋଗ ଦେଇଥିଲେ ।
