ପୁରୀ: ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ପାଇଁ ଶେଷ ପର୍ଯ୍ୟାୟରେ ଧାଡ଼ି ଦର୍ଶନର ରାଆମ୍ପ ଡିଜାଇନ୍।ଆଇ ଆଇ ଟି ସ୍ଥିତ ଭୁବନେଶ୍ୱରରେ ଧାଡ଼ି ଦର୍ଶନ ଷ୍ଟ୍ରକଚରର ସମୀକ୍ଷା କରିଛନ୍ତି ଆଇନ ମନ୍ତ୍ରୀ । ପରିଚାଳନା କମିଟି ସଦସ୍ୟ ଓ ସେବାୟତ ଯାଇ ସମୀକ୍ଷା ପରେ ଆବଶ୍ୟକୀୟ ସଂଶୋଧନ ପାଇଁ ଦେବେ ପ୍ରସ୍ତାବ ।ସେପଟେ ନାଟମଣ୍ଡପ ପରେ ଏବେ ଶ୍ରୀମନ୍ଦିର ବାହାରେ ଭକ୍ତଙ୍କ ପାଇଁ ଥିବା ସେଡ୍ ହେବ ଶୀତତାପ ନିୟନ୍ତ୍ରିତ ।ପ୍ରତ୍ୟେକ ଦିନ ୬୦ ହଜାର ଭକ୍ତଙ୍କୁ ଗରମ ଗୁଳୁଗୁଳି ରୁ ତ୍ରାହି ଦେବାକୁ ଆର୍ ଆଣ୍ଡ ବି ତରଫରୁ ଆରମ୍ଭ ହୋଇଛି ଡିଜାଇନ୍ ।ହୋଲ୍ଡିଙ୍ଗ ସ୍ପେସ ରୁ ଆରମ୍ଭ କରି ସମଗ୍ର ସେଡ ବା ଟନେଲ ରେ ଲାଗିବ ଏସି।ଧାଡ଼ି ଦର୍ଶନ ପାଇଁ ଚୂଡାନ୍ତ ପର୍ଯ୍ୟାୟରେ ରାମ୍ପ ଡିଜାଇନ୍ ।ସ୍କେଚିଂ ଓ ଡ୍ରଇଂ ଡିଜାଇନ୍ ପରେ ଏବେ ଆଇ ଆଇ ଟି ପ୍ରସ୍ତୁତ କରିସାରିଛି ଧାଡ଼ି ଦର୍ଶନର ଷ୍ଟ୍ରକଚର ଡିଜାଇନ୍ ।ଆଇ ଆଇ ଟି ଭୁବନେଶ୍ୱର ରେ ଗତକାଲି ଧାଡ଼ି ଦର୍ଶନ ରାମ୍ପ ର ଷ୍ଟ୍ରକଚର ସମୀକ୍ଷା କରିଛନ୍ତି ଆଇନ ମନ୍ତ୍ରୀ ।ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରାମ୍ପ ନିର୍ମାଣ କାର୍ଯ୍ୟ ।ଖୁବ୍ ଶୀଘ୍ର ଗ୍ରାଉଣ୍ଡ ରେ ଯାଇ ସମୀକ୍ଷା କରିବେ ପରିଚାଳନା କମିଟି ସଦସ୍ୟ ଓ ସମ୍ପୃକ୍ତ ସେବାୟତ ।ଆବଶ୍ୟକ ସ୍ଥଳେ ସେବାୟତଙ୍କ ପରାମର୍ଶ କ୍ରମେ ଡିଜାଇନ୍ ରେ ସଂଶୋଧନ ମଧ୍ୟ ହେବ ।ଏହାପରେ ଯାଇ ହୋଇ ପାରିବ ଟ୍ରାଏଲ୍ ରନ୍ ।ଧାଡ଼ି ଦର୍ଶନ ପାଇଁ ରାମ୍ପ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଆଇନ ମନ୍ତ୍ରୀ ଓବିସିସି କୁ ନିର୍ଦ୍ଦେଶ ଦେଇଥିବା ବେଳେ ଭକ୍ତ ମାନେ ଏହାକୁ ସ୍ୱାଗତ କରିଛନ୍ତି ।ତେବେ ଏହି ଷ୍ଟ୍ରକଚର ୬ ଥାକିଆ ବିଶିଷ୍ଟ ରହିଛି ।ରାମ୍ପ ଉଚ୍ଚତା ମଧ୍ୟ ଭିନ୍ନ ଭିନ୍ନ ଅର୍ଥାତ୍ ନୀଚ୍ଚ ରୁ ଉଚ୍ଚ କୁ ରହିଛି।ନୀତି ସମୟରେ ଏହାକୁ ତ୍ୱରିତ କାଢ଼ି ନେବା ଭଳି ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ଜିଲ୍ଲାପାଳ । ଅନ୍ୟପଟରେ ଶ୍ରୀମନ୍ଦିର କୁ ପ୍ରତିଦିନ ଆସୁଥିବା ପ୍ରାୟ ୬୦ ହଜାର ଭକ୍ତଙ୍କୁ ଗରମ ଗୁଳୁଗୁଳି ରୁ ଆଶ୍ୱସ୍ତି ଦେବାପାଇଁ ପ୍ରସ୍ତୁତ ହୋଇଛି ମାଷ୍ଟର ପ୍ଲାନ୍ ।ନାଟ ମଣ୍ଡପରେ ଏସି ବ୍ୟବସ୍ଥା ପରେ ଶୀତତାପ ନିୟନ୍ତ୍ରିତ ହେବ ଶ୍ରୀମନ୍ଦିର ବାହାର ସେଡ ବା ଟନେଲ ।ଅର୍ଥାତ୍ ଏବେ ଯେଉଁ ସେଡ ବା ଟନେଲ ଉପଲବ୍ଧ ରହିଛି ସେଥିରେ ଏସି ବ୍ୟବସ୍ଥା କରାଯିବ ।ପ୍ରଚଣ୍ଡ ଗରମ ସମୟରେ,ଉପଲବ୍ଧ ଫ୍ୟାନ ପର୍ଯ୍ୟାପ୍ତ ହେଉ ନଥିବାରୁ,ଗରମ,ଗୁଳୁଗୁଳି ରୁ ଭକ୍ତଙ୍କୁ ଆଶ୍ୱସ୍ତି ଦେବାପାଇଁ ଏହି ବ୍ୟବସ୍ଥା କରାଯିବ।କିନ୍ତୁ ଆଉ ସେଡ କୁ ସମ୍ପ୍ରସାରଣ କରିବାର କୌଣସି ଯୋଜନା ନାହିଁ ।ନୀତି ସମୟରେ ଘଣ୍ଟାଏ ରୁ ଉର୍ଦ୍ଧ୍ୱ ପ୍ରତୀକ୍ଷା କରୁଥିବା ଭକ୍ତଙ୍କ ପାଇଁ ଏହା ବେଶ୍ ଲାଭବାନ୍ ହେବ ।ଆର୍ ଆଣ୍ଡ ବି ତରଫରୁ ଏହାର ଡିଜାଇନ୍ ସରିଛି ।ଖୁବ ଶୀଘ୍ର ନିର୍ମାଣ କାର୍ଯ୍ୟ ମଧ୍ୟ ତ୍ୱରାନ୍ୱିତ ହେବ କହିଛନ୍ତି ଜିଲ୍ଲାପାଳ ।ତେବେ ଉଭୟ ନାଟ ମଣ୍ଡପରେ ଧାଡ଼ି ଦର୍ଶନ ଓ ବାହାରେ ଏସି ବ୍ୟବସ୍ଥାକୁ ନେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ଶ୍ରଦ୍ଧାଳୁ ।ଅନ୍ୟପଟେ ଏହି ଧାଡ଼ି ଦର୍ଶନ ବ୍ୟବସ୍ଥା କୁ ନେଇ ପ୍ରଶ୍ନ କରିଛନ୍ତି ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି ସଞ୍ଜୀବ ମହାନ୍ତି ।ଧାଡ଼ି ଦର୍ଶନ ପାଇଁ ଷ୍ଟ୍ରକଚର ଆଇ ଆଇ ଟି ଭୁବନେଶ୍ୱର ପ୍ରସ୍ତୁତ କରୁଥିବା ବେଳେ ବାହାର ଟନେଲ କୁ ଏସି ପାଇଁ ଆର ଆଣ୍ଡ ବି ବ୍ୟବସ୍ଥା କରୁଛି।ତେଣୁ ଏହା କେତେ ସୁଫଳ ଦେଉଛି ତାହା ପରବର୍ତ୍ତୀ ସମୟରେ ଜଣା ପଡ଼ିବ ।
