ବାଲିଗୁଡା: ବିଦ୍ୟୁତ ସେବା ଯୋଗେଇଦେବା ଦାବି ରେ ରାଜ ରାସ୍ତା ଅବରୋଧ ହ ବନ୍ଦ ନେଇ ରାଜରାସ୍ତା କୁ ଓଲ୍ହାଇଲେ କୋଟଗଡ଼ ବଣିକ ସଂଘ ଓ ସ୍ଥାନୀୟ ବାସିନ୍ଦା।କୋଟଗଡ଼ ବନାଞ୍ଚଳ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ତାଲା ପକାଇବା ସହ କୋଟଗଡ଼ ତିନି ଛକ ନିକଟରେ ରାସ୍ତା ଅବରୋଧ କରାଯାଇଛି । କୋଟଗଡ଼ ବ୍ଲକ ରେ ବିଦ୍ୟୁତ ସେବା ତ୍ୱରାନ୍ୱିତ ନିମନ୍ତେ ପଡୋଶୀ ରାୟଗଡା ଜିଲ୍ଲା ଡାଙ୍ଗେସିଗୁଡା ରୁ କୋଟଗଡ଼ କୁ ବିଦ୍ୟୁତ ସଂଯୋଗ ନିମନ୍ତେ ପ୍ରକଳ୍ପ ମଞ୍ଜୁରୀ ହୋଇଅଛି । କିନ୍ତୁ ଡାଙ୍ଗେସିଗୁଡା ରୁ କୋଟଗଡ଼ ମଧ୍ୟରେ ବାଲିଗୁଡା ଡ଼ିଏଫଓ ହାତୀ କରିଡ଼ର ଦର୍ଶାଇ ଫୋରେଷ୍ଟ କ୍ଳିଅରାନ୍ସ ନ ଦେଇ ପ୍ରକଳ୍ପ କାର୍ଯ୍ୟକାରୀ କରୁ ନଥିବା କୋଟଗଡ଼ ବାସୀ ଅଭିଯୋଗ କରିଛନ୍ତି। ପୂର୍ବରୁ ବାଲିଗୁଡା ଡ଼ିଏଫଓ ଙ୍କୁ କୋଟଗଡ଼ ରେ ସ୍ଥାନୀୟ ବାସିନ୍ଦା ଅଟକ ରଖିଥିବା ବେଳେ ୧୫ ଦିନ ମଧ୍ୟରେ ଜଙ୍ଗଲ ବିଭାଗ ର ମଞ୍ଜୁରୀ ଦେବା ନିମନ୍ତେ ପ୍ରତିଶୃତି ଦେଇଥିଲେ । କିନ୍ତୁ ଏଯାବତ ବାଲିଗୁଡା ଡ଼ିଏଫଓ ନିଜ ପ୍ରତିଶୃତି ପାଳନ କରିନଥିବା ଦାବି ରେ କୋଟଗଡ଼ ବନାଞ୍ଚଳ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ତାଲା ପକାଇବା ସହ ରାଜରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି ଅଂଚଳ ବାସୀ । ଯେଉଁ ପର୍ଯ୍ୟନ୍ତ ବାଲିଗୁଡା ଡ଼ିଏଫଓ ଘଟଣା ସ୍ଥଳରେ ପହଂଚି ପ୍ରତିଶୃତି ପାଳନ ନ କରିବେ ସେ ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରୀ ରହିବ ବୋଲି ସ୍ଥାନୀୟ ବାସିନ୍ଦା ଜିଦ ରେ ଅଟଳ ରହିଛନ୍ତି ।କୋଟଗଡ଼ ପୋଲିସ ଘଟଣା ସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ରାସ୍ତା ଅବରୋଧ ଫଳ ରେ କୋଟଗଡ଼ ରୁ ରାୟଗଡା,ତୁମୁଡିବନ୍ଧ ବାଲିଗୁଡା କୁ ଯାତାୟାତ ବନ୍ଦ ରହିଛି।
