କଟକ: ନିଶା କାରବାର ବିରୋଧରେ ଅବକାରୀ ବିଭାଗର ଅଭିଯାନକୁ ଆଉ ଏକ ସଫଳତା ମିଳିଛି। କଟକସ୍ଥିତ ଅବକାରୀ ଗୁଇନ୍ଦା ଓ ଏନ୍?ଫୋର୍ସମେଣ୍ଟ ବ୍ୟୁରୋ (ଋଓଌଋଈ) ୟୁନିଟ୍?-୧ର ଫ୍ଲାଇଂ ସ୍କ୍ୱାଡ୍ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଥାନା ଅଞ୍ଚଳରେ ଚଢ଼ାଉ କରି ୧୫୮ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଛି। ଏହାର ଆନୁମାନିକ ବଜାର ମୂଲ୍ୟ ୧୫ ଲକ୍ଷ ୮୨ ହଜାର ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ଭାପୁର ନାଥ ସାହିର ସରୋଜ କୁମାର ନାଥ (୨୯)ଙ୍କୁ ଗିରଫ କରାଯାଇଛି। ଅବକାରୀ ଅଧୀକ୍ଷକ ସମରଜିତ ଦାଶଙ୍କ ନିର୍ଦ୍ଦେଶକ୍ରମେ ଏବଂ ଉପ-ଅବକାରୀ ଅଧୀକ୍ଷକ ରୋଶନ ଇସୁ ହାଁସଦାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମଙ୍ଗଳବାର ଏହି ଚଢ଼ାଉ କରାଯାଇଥିଲା। ବାଲିପାଟଣା ଥାନା ଅନ୍ତର୍ଗତ ପଦପଟଣା ଛକ ନିକଟସ୍ଥ ତ୍ରିବେଣୀଶ୍ୱର ମନ୍ଦିର ସମ୍ମୁଖରେ ଅବକାରୀ ଟିମ୍ ଚଢ଼ାଉ କରି ଅଭିଯୁକ୍ତଙ୍କୁ କାବୁ କରିଥିଲା। ତାଙ୍କଠାରୁ ବ୍ରାଉନ୍ ସୁଗାର ସହ ଗୋଟିଏ ଆଇଟେଲ୍ କିପ୍ୟାଡ୍ ମୋବାଇଲ୍ ଫୋନ୍ ଏବଂ ବିକ୍ରି ଟଙ୍କା ବାବଦରେ ୬୦୦ ଟଙ୍କା ଜବତ କରାଯାଇଛି। ଏହି ଘଟଣାରେ ଏନ୍?ଡିପିଏସ୍ ଆଇନ, ୧୯୮୫ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ଗିରଫ ଅଭିଯୁକ୍ତଙ୍କୁ ଭୁବନେଶ୍ୱରସ୍ଥିତ ଜିଲ୍ଲା ଓ ଦୌରା ଜଜ୍?-ତଥା-ସ୍ୱତନ୍ତ୍ର ଜଜ୍?ଙ୍କ ଅଦାଲତରେ ହାଜର କରାଯାଇଥିଲା। ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।ଏହି ଚଢ଼ାଉରେ ଅବକାରୀ ସବ୍?-ଇନ୍ସପେକ୍ଟର ବିଜୟ କୁମାର ମଲ୍ଲିକ, ଏଏସ୍?ଆଇ ଅଜୟ କୁମାର ସାହୁ, ସୁମତି ମହାନ୍ତି ଓ ମୀନକେତନ ମହାଳିକଙ୍କ ସମେତ ଅବକାରୀ କନଷ୍ଟେବଳ ସୋଭିତା ମଲ୍ଲିକ, ଜଗନ୍ନାଥ ସାହୁ, ପବିତ୍ର କୁମାର ଦାଶ, ମୁନିରାମ ହାଁସଦା ଓ ରଞ୍ଜିତ ସାହୁ ଏବଂ ଡ୍ରାଇଭର ବିକାଶ ମଲ୍ଲିକ ସାମିଲ ଥିଲେ। ଜିଲ୍ଲାକୁ ନିଶାମୁକ୍ତ ରଖିବା ସହ ବେଆଇନ ନିଶା କାରବାର ରୋକିବା ପାଇଁ ଆଗାମୀ ଦିନରେ ମଧ୍ୟ ଚଢ଼ାଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।
