ଭଞ୍ଜନଗର: କନ୍ଧମାଳ ଜିଲ୍ଲାର ସୀମାନ୍ତ ବଦାଙ୍ଗୀ ନିକଟସ୍ଥ ଜାମବଣିଆ ରାସ୍ତାରୁ ତାରାସିଂ ଥାନା ପୁଲିସ ୨୫ କେଜି ରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିବା ସହ ଏଥିରେ ସଂପୃକ୍ତ ଅଭିଯୋଗରେ ଜଣେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି।ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୨୬.୧୦.୨୦୨୬ ତାରିଖ ଦିନ ପୂର୍ବାହ୍ନ ପ୍ରାୟ ୧୧:୦୦ ଟା ସମୟରେ ତାରାସିଂ ଥାନା ଅଞ୍ଚଳରେ ପାଟ୍ରୋଲିଂ ଏବଂ ଚେକିଂ କଡାକଡି କରାଯାଉଥିଲା। ଗାଲେରୀ ଫାଣ୍ଡି ଏସ୍.ଆଇ ରାଜେଶ କୁମାର ଛାତିଆଙ୍କଠାରୁ ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ, ଜଣେ ବ୍ୟକ୍ତି ଏକ ବାଇକ ଯୋଗେ ସନ୍ଦିଗ୍ଧ ଅବସ୍ଥାରେ ଚାକାପାଦ ଅଭିମୁଖେ ଯାଉଛନ୍ତି।ଉକ୍ତ ସୂଚନା ଆଧାରରେ ପୁଲିସ ବାହିନୀ ବଦାଙ୍ଗୀ ସୀମାନ୍ତ ଜାମ ବଣିଆ ରାସ୍ତାରେ ଜଗି ରହିଥିଲେ। ଆଉ ସେହି ରାସ୍ତାରେ ଯାଉଥିବା ଏକ ବାଜାଜ୍ ସିଟି ୧୦୦ ମଟରସାଇକେଲ (ନମ୍ବର- ଙଊ ୩୨ ଊ ୩୦୫୪) କୁ ଅଟକାଇ ଯାଞ୍ଚ କଲାବେଳେ ଗାଡ଼ିରେ ଏକ ବସ୍ତା ଦେଖି ପଚରାଉଚରା ଏବଂ ତଲାସୀ ପରେ ସେହି ବସ୍ତାରୁ ୨୫ କେଜି ୧୧୦ ଗ୍ରାମ ଓଜନର ମୂଲ୍ୟବାନ ଗଞ୍ଜେଇ ଜବତ କରାଯାଇଥିଲା। ଏନେଇ ତାରା ସିଂ ପୁଲିସ ପକ୍ଷରୁ ୪୩୦/୨୬ ରେ ଏନ.ଡି.ପି.ଏସ୍. ଆଇନ ର ଧାରା ୨୦(ବି)(ସସ)(ସି) ଅନୁଯାୟୀ ମାମଲା ରୁଜୁ କରି ରାଇକିଆ ଥାନା ଅନ୍ତର୍ଗତ ସର୍ବପଙ୍ଗା ଗାଁ ର ନରେଶ ପ୍ରଧାନ (୪୦) ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି।
