ବାରିପଦା /କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା, କରଞ୍ଜିଆ ସହର ଅନ୍ତର୍ଗତ ୱାର୍ଡ ନମ୍ବର–୨ ର କରଡ଼ିଆ ଅଞ୍ଚଳରେ ଆଜି ଅପରାହ୍ନରେ ଘଟିଥିବା ଭୟାବହ ବଜ୍ରପାତରେ ଏକ ବିରାଟକାୟ ଗଛ ସମ୍ପୂର୍ଣ୍ଣ ଭାବେ ଜଳି ଖାକ୍ ହୋଇଯାଇଛି। ଘଟଣା ପରେ ଗଛଟିରୁ ଧୂଆଁ ଓ ଅଗ୍ନିଶିଖା ବାହାରୁଥିବା ଦେଖି ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ କିଛି ସମୟ ପାଇଁ ଭୟ ଓ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକଙ୍କ ସୂଚନା ପାଇ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିକୁ ନିୟନ୍ତ୍ରଣ କରିଥିଲେ। ଦୀର୍ଘ ସମୟ ଧରି ଚାଲିଥିବା ନିର୍ବାପଣ କାର୍ଯ୍ୟ ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିବା ଜଣାପଡ଼ିଛି। ସଉଭାଗ୍ୟବଶତଃ ଏହି ଘଟଣାରେ କୌଣସି ଜନହାନି କିମ୍ବା ବଡ଼ ପରିମାଣର କ୍ଷତି ଘଟିନଥିବାବେଳେ, ବଜ୍ରପାତ ସମୟରେ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
