ଫୁଲବାଣୀ/ବାଲିଗୁଡା: ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ଗ୍ରାମ ନିକଟସ୍ଥ କୁଡକେଲକିଆ ଘାଟି ଠାରେ ମୁଖ୍ୟ ମନ୍ତ୍ରୀ ବସ୍ ସେବା ଯାତ୍ରୀବାହୀ ଗାଡ଼ି ସହ ବାଇକ୍ ମୁଁହାମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ଡ୍ରାଇଭର ର ବେପରୁଆ ଗାଡ଼ି ଚାଳନା ପାଇଁ ଯୁବକର ମୃତ୍ୟୁ ଘଟିଛି ବୋଲି ଅଞ୍ଚଳ ବାସୀ ମାନେ ଉତ୍ତେଜନା ସୃଷ୍ଟି କରିଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ କରାଇଛି । ଅତିରିକ୍ତ ତହସିଲଦାର କବି ରାଜ ଆର୍ଯ୍ୟ ଜାତିର ଘଟଣା ସ୍ଥଳରେ ପହଞ୍ଚି ମୃତକ ପରିବାରଙ୍କୁ କୋଡ଼ିଏ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବା ସହ ୧୬ ଆର ଜମି ଯୋଗାଇଦେବା ସହ ଇନ୍ଦିରା ଆବାସ ଯୋଗାଇଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ମଦ୍ୟ ପାନ କରି ବେପରୁଆ ଭାବେ ଗାଡ଼ି ଚଳାଉ ଛନ୍ତି ଡ୍ରାଇଭର ଓ ଷ୍ଟାଫ୍ ଯାତ୍ରୀ ମାନଙ୍କୁ ଦୁର୍ବ୍ୟବହାର କରୁଥିବା ସ୍ଥାନୀୟ ଲୋକେ କହୁଛନ୍ତି । ବସ୍ ଇନ୍ସୁରାନ୍ସ ବାବଦକୁ ମଧ୍ୟ ସହାୟତା ରାଶି ପ୍ରାପ୍ତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯିବ ବୋଲି ଅତିରିକ୍ତ ତହସିଲ୍ ଦାର୍ ଶ୍ରୀ ଆର୍ଯ୍ୟ ପ୍ରକାଶ କରିଥିଲେ। ମୃତକ ଙ୍କ ନାମ ବୀରେନ୍ଦ୍ର ମଲ୍ଲିକ ବୋଲି ଥାନା ଆଇ ଆଇ ସି ସିବ୍ ରଞ୍ଜନ ସିଙ୍ଘା ସୂଚନା ଦେଇଛନ୍ତି । ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଛି। ଘଟଣା ସ୍ଥଳରୁ ପୋଲିସ୍ ବାଇକ୍ ଓ ବସ୍ କୁ ଜବତ କରିଛି।
