ପୁରୀ: ସ୍ଥାନୀୟ ନବକଳେବରରୋଡ଼ସ୍ଥିତ ଗାୟତ୍ରୀଶକ୍ତିପୀଠ ପରିସରରେ ଦୈନିକ ଅପରାହ୍ନ ପକ୍ଷରୁ ଏକ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଏବଂ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପୁରୀଜିଲା ସଂଯୋଜକ ମୃତ୍ୟୁଞ୍ଜୟ ଦକ୍ଷିଣରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହକୁ ଉଦଘାଟନ କରିଥିଲେ ମଣିରାମ ମଠ ମହନ୍ତ ଅଭିରାମ ଦାସ ମହାରାଜ। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ କିଶୋର ଦ୍ୱିବେଦୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିବା ବେଳେ ବିଶିଷ୍ଟ ଶିଶୁ ସାହିତ୍ୟିକ ଡ଼. ହେମନ୍ତ କୁମାର ଛୋଟରାୟ, ଗବେଷକ ଭୀମସେନ ମହାପାତ୍ର, ପୁରୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଂଚାସୀନ ଥିଲେ।

ଏହି ଅବସରରେ ଭଗବାନ ଦାସଙ୍କ ରଚିତ ପୁସ୍ତକ “ଜାଣିଲେ ଜିଣିବା’,ଡ଼ ଗୁରୁ ପ୍ରସାଦ ମହାପାତ୍ରଙ୍କ “ଫାଲତୁ କଥା ‘ଏବଂ ଆବେଗାଞ୍ଜଳି “ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲ। ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଡ଼ ପ୍ରମୋଦ କୁମାର ଆଚାର୍ଯ୍ୟ, ଲକ୍ଷ୍ମୀପ୍ରିୟା ଦାସ, ପ୍ରଶାନ୍ତ ଦାସ,, ସମ୍ପାଦକ ବଂଶୀଧର ଜେନା ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ। ଅତିଥିମାନେ ଉଦବୋଧନ ଦେଇ ଓଡ଼ିଆ ଭାଷା ସାହିତ୍ୟର ବିକାଶ ଓ ଆମ ମହନୀୟ ସଂସ୍କୃତି, ପରମ୍ପରା ଉପରେ ସାରଗର୍ଭକ ମତାମତ ରଖିଥିଲେ। ଓଡିଶାର ସଂଗୀତ , ନୃତ୍ୟ, କଳା ଏବଂ ସାହିତ୍ୟ, ଭାରତୀୟ ସଂସ୍କୃତିକୁ ରୁଦ୍ଧିମନ୍ତ କରିପାରିଛି ବୋଲି ମତ ଦେଇ କବି ମାନେ ତାଙ୍କ ଲେଖିନୀ ମାଧ୍ୟମ ରେ ସମାଜର କୁ- ସଂସ୍କାର,ଅନ୍ଧ ବିଶ୍ୱାସ ଓ ଅପସଂସ୍କୃତିର ମୂଳ ଉତ୍ପାଟନ କରିବାକୁ ଆହ୍ୱାନ ଦେଇଥିଲେ।

ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେବିଶିଷ୍ଟ ପ୍ରବଚକ କବି କସ୍ତୁରୀ ଦିଲ୍ଲୀପ ଶ୍ରୀଚନ୍ଦନ. ଏହି ସମାରୋହରେ ଅଠରଟି ଜିଲ୍ଲାର ୩୦ଜଣ କବି ସେମାନଙ୍କର ସ୍ୱରଚିତ କବିତା ପାଠ କରିଥିଲେ।
