ପୁରୀ: ପୁରୀ ଜିଲ୍ଲାକୁ ନିଶା ମୁକ୍ତ ରଖିବା ପାଇଁ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ପକ୍ଷରୁ ଆରମ୍ଭ ହୋଇଛି ନିଶାମୁକ୍ତ ଅଭିଯାନ ।ଏହି ଅଭିଯାନ କୁ ସୁଚାରୁରୂପେ ସଫଳ କରିବା ନିମନ୍ତେ ପୁରୀ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ମାନେ ତତ୍ପର ରହିଛନ୍ତି ।ପ୍ରତେକ୍ ଦିନ ନିଶା କାରବାର ଉପରେ ପୋଲିସ ନଜର ରଖିଥିବା ବେଳେ ଆଜି ବାସେଳି ସାହି ଥାନା ପୋଲିସ ଙ୍କୁ ସୁଫଳ ମିଳିଛି ।ବ୍ରାଉନ ସୁଗାର ବେପାର କରିବାକୁ ପୁରୀ ଆସିଥିବା ବେଳେ ଦୁଇ ଜଣ ବ୍ୟବସାୟୀ ଙ୍କୁ ମାଡ଼ି ବସିଛି ଟାଉନ ଥାନା ପୋଲିସ ।ପୋଲିସ ସୂତ୍ରରୁ ପ୍ରକାଶ ଯେ ପିପିଲ କାକୁଡ଼ିଆ ଅଞ୍ଚଳର ଅଭିନାଶ ସ୍ୱାଇଁ ଓ ଖୋର୍ଦ୍ଧା ଅଞ୍ଚଳର ଆଶିଷ ପଟ୍ଟନାୟକ ଏକ କାର ଯୋଗେ ବ୍ରାଉନ ସୁଗାର୍ ନେଇ ପୁରୀ ଭିତରକୁ ପ୍ରବେଶ କରିଥିବା ବାସେଳୀ ସାହି ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ମାଟି ଟୋଟା ନିକଟରେ ନାକାବନ୍ଦି କରି ସମସ୍ତ ଗାଡ଼ି ଗୁଡ଼ିକୁ ତନଖି କରିଥିଲା ।ତନଖି ବେଳେ ଉକ୍ତ କାର ଭିତରେ ଅଭିନାଶ ଓ ଆଶିଷ ୨୫୮ ଗ୍ରାମ ବ୍ରାଉନ ସୁଗାର ଆଣିଥିବା ଦେଖିବାକୁ ମିଳିଥିଲା ।ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଆରକ୍ଷୀ ଅଧୀକ୍ଷକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ।ତେଣୁ ପୁରୀ ସହରକୁ ଯେତେ ନିଶା ମୁକ୍ତ କରିବାକୁ ଚେଷ୍ଟା କଲେ ମଧ୍ୟ ତାହା ବନ୍ଦ ହେବାର ନାଁ ଧରୁନି ।
