ନୀଳଗିର: ନୀଳଗିରି ଥାନା ଅଧିନ ଏନଏସି ୫ ନମ୍ବର ୱାଡ଼ ବାରିସାହି ଗ୍ରାମର ସୁକୁରା ବିଶ୍ୱାଳ ଙ୍କ ପୁଅ ଅବିନାଶ ବିଶ୍ୱାଳ (୨୫)ଜଣେ ଅଟୋ ମାଲିକ ତଥା ନିଜେ ଅଟୋ ଚାଳକ ଭାବେ ବେଶ ଜଣା ସୁଣା ଥିଲେ। ଗତକାଲି ରାତ୍ରିରେ ଘରେ ଅଟୋ ନେଇ ପହଞ୍ଚିବା ପରେ କୌଣସି କଥାକୁ ନେଇ ବାପା ଓ ପୁଅ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଅବିନାଶ ଉତ୍ୟକ୍ତ ହୋଇ ନିଜ ଅଟୋ ର ଆଗ କାଚ ଭାଙ୍ଗି ଦେଇଥିଲେ। ପରେ ସେ ଘରେ କବାଟ ଦେଇ ଶୋଇପଡ଼ିଥିଲେ। ଆଜି ସକାଳେ ଉଠିବାରେ ବିଳମ୍ବ ହେବାରୁ ପରିବାର ଲୋକ କବାଟ ଭାଙ୍ଗି ଘର ଭିତରେ ପସିଥିଲେ। ତେବେ ବେକରେ ରଶି ଲଗାଇ ଝୁଲନ୍ତା ଅବସ୍ଥାରେ ଅବିନାଶ କୁ ପାଇଥିଲେ। ଏନେଇ ପରିବାର ପକ୍ଷରୁ ନୀଳଗିରି ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣା ପଡ଼ିଛି।
