କଟକ: ରାୟଗଡ଼ା ଆରଡ଼ବ୍ଲୁଏସଏସ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଡଝଝ ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକଙ୍କ ଘରେ ଚଢାଉ ହୋଇଛି। ବ୍ରହ୍ମପୁରର ୬ଟି ସ୍ଥାନରେ ଏବଂ ରାୟଗଡ଼ା ରୋହିତ କଲୋନୀରେ ଏକକାଳୀନ ଚଢାଉ ଜାରି ରହିଛି। ଚଢାଉ ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୫ ଜଣ ଡ଼ିଏସପି , ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ଉପସ୍ଥିତ ଅଛନ୍ତି। ବେରହମପୁରର ଲୋଚାପଡା, ସାଉଣ୍ଡରିଆ ନାଗରଠାରେ ଥିବା ଆବାସିକ ତ୍ରିଗୁଣ ମହଲା କୋଠା, ଗଞ୍ଜାମର ଜଗନ୍ନାଥପ୍ରସାଦ, ଥୋଲାଣ୍ଡା ବାଡା ଦାଣ୍ଡା ସାହିରେ ଥିବା ତାଙ୍କ ଘର , ଗଞ୍ଜାମର ବୁଗୁଡ଼ାର ବାଲି ପିଣ୍ଡି ସାହି ଓ ପଙ୍କଲ ସାହିରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର। ବରହମପୁରର କମଲପୁର, ଗୋଲାନନ୍ଦଥିବା ତାଙ୍କ ଶାଶୁଙ୍କ ଘର ।ରାୟଗଡ଼ାର ରୋଇଟ୍ କଲୋନୀରେ ଶ୍ରୀ ନାୟକଙ୍କ ଭଡା ଘର,କୋଲନାରା ବ୍ଲକ କାର୍ଯ୍ୟାଳୟରେ ଶ୍ରୀ ନାୟକଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବର୍ତ୍ତମାନ ଚଢାଉ ଜାରି ରହିଛି।
