କେନ୍ଦ୍ରାପଡ଼ା: ଧଳା ଜହର(ବ୍ରାଉନ ସୁଗର) ବିକ୍ରି କରିବା ଅଭିଯୋଗରେ କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଉଛନ୍ତି ଭଦ୍ରକ ଜିଲ୍ଲାର ପୁରୁଣା ବଜାର ଥାନା ଅନ୍ତର୍ଗତ ବଡ଼ଶଙ୍କରପୁର ଗ୍ରାମର ସେକ ଲାଜାଙ୍କ ପୁଅ ସେକ ଅନିଲ(୨୩) ଓ ସେହି ଗ୍ରାମର ସେକ ଜାଫରଙ୍କ ପୁଅ ସେକ ସେହେଜାଦ କ୍ୱାଦ୍ରୀ ଓରଫ ଆସିକ(୨୧)ଏବଂ ଅନ୍ୟ ଜଣେ ହେଲେ ଜଗତସିଂହପୁର ଜିଲ୍ଲାର କୃଷ୍ଣାନନ୍ଦପୁର ଥାନା ଅଧିନ କୃଷ୍ଣାନନ୍ଦପୁର ଗ୍ରାମର ସେକ ଅବତାଲିଫଙ୍କ ପୁଅ ସେକ ଅମନ ଅଲ୍ଲୀ ଓରଫ ଭାଲା(୨୭)। ସେମାନଙ୍କ ଠାରୁ ୧୦ ଗ୍ରାମ ଧଳା ଜହର (ବ୍ରାଉନସୁଗାର) ଜବତ କରାଯାଇଛି। ସେମାନଙ୍କ ବିରୋଧରେ ୩୧୧/୨୦୨୬ରେ ଏକ ମାମଲା ରୁଜୁ କରାଯାଇଛି। ସେମାନଙ୍କ ଠାରୁ ଦୁଇଟି ବାଇକ ଜବତ କରାଯାଇ କୋର୍ଟଚାଲାଣ କରାଯାଇଛି ବୋଲି ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନ ସୂଚନା ଦେଇଛନ୍ତି।
