ବାରିପଦା: ମୟୁରଭଞ୍ଜ ଜିଲ୍ଲା, ଠାକୁରମୁଣ୍ଡା ବଜାର ଅଞ୍ଚଳରେ ଥିବା ସର୍ବେଶ୍ୱର ଜେନାଙ୍କ ବେଆଇନ ମହୁଲ ଗୋଦାମ ଉପରେ ବୁଧବାର ସକାଳୁ ରାଜ୍ୟ ଅବକାରୀ ବିଭାଗର ସ୍ୱତନ୍ତ୍ର ଫ୍ଲାଇଙ୍ଗ ସ୍କ୍ୱାଡ୍ ଓ ଠାକୁରମୁଣ୍ଡା ଅବକାରୀ ବିଭାଗର ମିଳିତ ଦଳ ଚଢାଉ କରି ବିପୁଳ ପରିମାଣର ମହୁଲ ଫୁଲ ଜବତ କରିଛନ୍ତି। ସୂଚନା ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ରାଜ୍ୟ ଅବକାରୀ ବିଭାଗର ଅଧିକାରୀମାନେ ସକାଳୁ ହଠାତ୍ ସର୍ବେଶ୍ୱର ଜେନାଙ୍କ ଗୋଦାମରେ ଚଢାଉ କରିଥିଲେ। ଗୋଦାମ ଭିତରେ ବେଆଇନ ଭାବରେ ଗଛିତ ଅବସ୍ଥାରେ ବହୁ ପରିମାଣର ମହୁଲ ଫୁଲ ମହଜୁଦ ଥିବା ର ଦେଖାଯାଇଥିଲା। ପରେ ଅବକାରୀ ବିଭାଗ ମହୁଲ ଫୁଲକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
ଏହି ଚଢାଉ ସମ୍ପର୍କରେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ରସନ ଇଶୁ ହାଁସଦା କହିଛନ୍ତି ଯେ, ବିଶେଷ ସୂତ୍ରରୁ ସୂଚନା ମିଳିଥିଲା ଯେ,ସର୍ବେଶ୍ୱର ଜେନାଙ୍କ ଗୋଦାମରେ ବିପୁଳ ପରିମାଣରେ ମହୁଲ ଫୁଲ ମହଜୁଦ ରହିଛି। ସେହି ସୂଚନା ଆଧାରରେ ରାଜ୍ୟ ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାଡ୍ ଓ ସ୍ଥାନୀୟ ଅବକାରୀ ବିଭାଗର ମିଳିତ ଟିମ୍ ଚଢାଉ କରିଥିଲେ।ଅଧିକାରୀମାନଙ୍କ ତଥ୍ୟ ଅନୁସାରେ, ପ୍ରଥମ ପ୍ରାର୍ଯ୍ୟାୟ ରେ ପ୍ରାୟ ୧୫୦୦ କ୍ୱିଣ୍ଟାଲ ମହୁଲ ଫୁଲ ଜବତ କରାଯାଇଛି। ଗୋଦାମରୁ ଆହୁରି ମହୁଲ ଫୁଲ ବାହାରୁଥିବାରୁ ଚଢାଉ କାର୍ଯ୍ୟ ଜାରି ରହିଛି। ଏହି ଘଟଣା ପରେ ଅଞ୍ଚଳରେ ବ୍ୟାପକ ଚର୍ଚ୍ଚା ସୃଷ୍ଟି ହୋଇଛି। ଚଢାଉରେ ରାଜ୍ୟ ଅବକାରୀ ବିଭାଗର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ରସନ ଇଶୁ ହାଁସଦାଙ୍କ ସହିତ ହିରାଜଳ ପତି, ଅଜିତ କୁମାର ବିଶ୍ୱାଳ, କଣ୍ଡ ଓରାମ, ଅଜୟ ବେହେରା ଓ ଅନ୍ୟାନ୍ୟ ଅଧିକାରୀ ମାନେ ସାମିଲ ଥିଲେ। ସେହିପରି ଠାକୁରମୁଣ୍ଡା ଅବକାରୀ ବିଭାଗ ପକ୍ଷରୁ ଏଏସଆଇ ଲକ୍ଷ୍ମଣ ନାୟକ ଓ ଚନ୍ଦ୍ରକାନ୍ତ ମୁଦୁଲି ମଧ୍ୟ ଏହି ଅଭିଯାନରେ ଯୋଗଦେଇଥିଲେ। ଅବକାରୀ ବିଭାଗ ପକ୍ଷରୁ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଚାଲିଥିବା ବେଳେ ବେଆଇନ ଭାବରେ ମହୁଲ ମହଜୁଦ ଓ ବ୍ୟବସାୟ ସଂପର୍କରେ ଅଧିକ ସୂଚନା ସଂଗ୍ରହ କରାଯାଉଛି। ତେବେ ସମ୍ବାଦ ଲେଖା ହେଲା ବେଳକୁ ଚଢ଼ାଉ ଜାରି ରହିଥିବାର ପ୍ରକାଶ
