oplus_2
ବାରିପଦା: ମୟୂରଭଞ୍ଜ ଜିଲ୍ଲା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ବିଭିନ୍ନ ସମୟରେ ଜିଲ୍ଲାରୁ ଚୋରି କିମ୍ବା ହଜିଯାଇଥିବା ୫୮ଟି ମୋବାଇଲ ଫୋନ ପୋଲିସ ଉଦ୍ଧାର କରିଥିବା ବେଳେ, ଏକ ମୋବାଇଲ ଫେରସ୍ତ ମେଳା ଆୟୋଜନ କରାଯାଇ ସେହି ଫୋନ ଗୁଡ଼ିକୁ ସେମାନଙ୍କର ପ୍ରକୃତ ମାଲିକ ମାନଙ୍କୁ ଫେରାଇ ଦିଆଯାଇଛି । ବାରିପଦା ସ୍ଥିତ ଜିଲ୍ଳା ପୋଲିସ ମୁଖ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଫୋନ ଗୁଡ଼ିକୁ ହସ୍ତାନ୍ତର କରାଯାଇଛି । ଏହି ଅବସର ରେ ଜିଲ୍ଲା ଆରକ୍ଷୀ ପୋଲିସ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି ଯୋଗଦେଇ ବର୍ତ୍ତମାନର ଆଧୁନିକ ଟେକ୍ନୋଲୋଜି ସାହାଯ୍ୟରେ ହଜିଯାଇଥିବା ଫୋନଗୁଡ଼ିକୁ ଟ୍ରାକ କରିବା ସହଜ ହୋଇଛି । ଯାହା ଫଳରେ ଏହି ସଫଳତା ମିଳିପାରିଛି । ଯଦି କାହାର ମୋବାଇଲ ଫୋନ ଚୋରି ହୁଏ କିମ୍ବା ହଜିଯାଏ, ତେବେ ତୁରନ୍ତ ସ୍ଥାନୀୟ ଥାନାରେ ରିପୋର୍ଟ କରନ୍ତୁ । ଏହା ସହ ସଠିକ ସମୟରେ ରିପୋର୍ଟ କଲେ ପୋଲିସ ସେହି ଫୋନକୁ ଟ୍ରାକ ଲିଷ୍ଟରେ ପକାଇ ଖୁବ ଶୀଘ୍ର ଉଦ୍ଧାର କରିବାର ସମ୍ଭାବନା ଅଧିକ ରହିଥାଏ ବୋଲି କହିଥିଲେ ।ଚୋରି ହୋଇଥିବା ଫୋନ ଫେରିପାଇ ମାଲିକ ମାନେ ବେଶ ଖୁସି ବ୍ୟକ୍ତ କରିବା ସହ ମୟୂରଭଞ୍ଜ ପୋଲିସକୁ ସାଧୁବାଦ ଜଣାଇଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ଦୀପକ କୁମାର ଗୋଛାୟତ ତଥା ଅନ୍ୟାନ୍ୟ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
