ବାରିପଦା / କରଞ୍ଜିଆ: କରଞ୍ଜିଆ ବ୍ଲକ ଅନ୍ତର୍ଗତ କୁଡୁମା ଗ୍ରାମର ୨ ଜଣ ଯୁବକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଆହତ ହୋଇଥିବା ଘଟଣାକୁ ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଆହତ ଯୁବକମାନେ ହେଲେ ସମହିତ ବେହେରା ଓ ତାଙ୍କ ଜଣେ ସାଙ୍ଗ।ସୂଚନା ଅନୁଯାୟୀ, ଉଭୟ ଯୁବକ ବାଇକ ଯୋଗେ ହାତିବାରି ପଟୁ ଫେରୁଥିବା ବେଳେ ଗ୍ୟାସ ଏଜେନ୍ସି ନିକଟରେ ବିଦ୍ୟୁତ ବିଭାଗ ପକ୍ଷରୁ ଲଗାଯାଇଥିବା ଏକ ତାର ସମହିତଙ୍କ ବେକରେ ବାଜିଥିଲା। ଫଳରେ ବାଇକରୁ ଭାରସାମ୍ୟ ହରାଇ ଉଭୟ ରାସ୍ତାରେ ପଡ଼ି ଆହତ ହୋଇଥିଲେ। ସୌଭାଗ୍ୟବଶତଃ ଉକ୍ତ ତାରରେ ବିଦ୍ୟୁତ ସଂଯୋଗ ନଥିବା ସହ ବାଇକର ବେଗ କମ୍ ଥିବାରୁ ଏକ ବଡ଼ ଅଘଟଣା ଟଳିଯାଇଥିବା ର କୁହାଯାଉଛି। ଘଟଣା ପରେ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସାର ବ୍ୟବସ୍ଥା କରିଥିଲେ।
