ପୁରୀ: ଦତ୍ତତୋଟା ସ୍ଥିତ ଉତ୍କଳ ବଚପନ ସ୍ଲୁଲର ୧୭ ଦିନିଆ ଗ୍ରୀଷ୍ମକାଳୀନ ଶିବିର ମାଳତୀପାଟପୁର ସ୍ଥିତ ୱାଣ୍ଡରୱାଲ୍ଡ ପାର୍କ ଠାରେ ଯୋଗ, ଜୁମ୍ବ ପିରାମିଡ ନୃତ୍ଯ ଓ ଜଳକ୍ରୀଡାରେ ଆନନ୍ଦ ଉଲ୍ଲାସର ସହ ଉଦଯାପିତ ହୋଇଯାଇଛି । ସ୍ଲୁଲର ପରିଚାଳନା ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ ମିଶ୍ର ମୁଖ୍ଯ ଅତିଥି ଭାବେ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ପୂର୍ବକ ଶୁଭାରମ୍ଭ କରି କହିଲେ ବିଦ୍ୟାଳୟର କୁନି କୁନି ପିଲାମାନେ ଭଲ ପାଠ ପଢିବା ସହ ସେମାନଙ୍କ ପ୍ରତିଭାର ବିକାଶ ଓ ଉଜ୍ଜ୍ୱଳ ଭବିଷ୍ୟତ ନିଶ୍ଚିତ ପୂରଣ ହେବା ପାଇଁ ସମରକ୍ଯାମ୍ପ ଏକ ପ୍ରୟାସ । ଅଭିଭାବକ ଓ ଅଭିଭାବିକାଙ୍କ ସହଯୋଗ ଓ ସେମାନଙ୍କ ଉତ୍ସାହିତ ଉଦ୍ଯମ ପାଇଁ ଧନ୍ୟବାଦ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିବା ଗୁର ଓ ଶିକ୍ଷୟିତ୍ରୀ ମାନଙ୍କ ପ୍ରଚେଷ୍ଟା କୁ ଭୂୟଂଶୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିକ୍ଷକ ଶିବନାରାୟଣ ଭଟ୍ଟ,କମାଶାସନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ପଣ୍ଡା,ଚିତ୍ରାଙ୍କନ ଶିକ୍ଷକ ପ୍ରତାପସିଂହ ମହାରଣା,ଯୋଗ ଗୁରୁ ଆଲୋକ କୁମାର ସ୍ୱାଇଁ, ନୃତ୍ଯଗୁରୁ ନାରାୟଣ ବେଜ ପ୍ରମୁଖ ଯୋଗଦେଇ ପିଲାମାନଙ୍କ ଚିତାକର୍ଷକ ଯୋଗ ଅଭ୍ଯାସ , କଳାକୃତି, ଚିତ୍ରାଙ୍କନ ଓ ନୃତ୍ଯ ପରିବେଷଣ କୁ ପ୍ରଶଂସା କରିବା ସହ ଚରିତ୍ରବାନ ହୋଇ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ । ସ୍ଲୁଲର ପ୍ରିନସିପାଲ ରୀନା ରାୟ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ।

ପ୍ରାରମ୍ଭରେ ଅତିଥିମାନଙ୍କୁ ଉପଢୌକନ ସହ ସମ୍ମାନିତ କରଯାଇଥିଲା । ଯୋଗ, ଜୁମ୍ବ, ପିରାମିଡ,ଚିତ୍ରାଙ୍କନ, କ୍ଲେ ମଡେଲିଂ, ମାଟି କଳାକୃତି,ଗ୍ଲୋବସ ଫିଙ୍ଗର, ପପେଟ ଫିଙ୍ଗର, ଲିଟିଲ ସେପ୍ ମକାଚାର୍ଟ ଓ ଭେଜ ସାଣ୍ଡୱିଚ,ଆର୍ଟ ଆଣ୍ଡ କ୍ରାଫ୍ଟ ଓ ନୃତ୍ଯ ପରିବେଷଣରେ ,ପ୍ରତ୍ଯୁଷା ପ୍ରିୟଦର୍ଶିନୀ, ପ୍ରଗତି ପ୍ରିୟଦର୍ଶିନୀ, ଆୟାଂଶା ପଟ୍ଟନାୟକ, ଶ୍ରେୟାଂଶ ମିଶ୍ର, ରେୟାଂଶ ରଞ୍ଜନ ବଳିଆରସିଂହ, ଆଶୁତୋଷ ତ୍ରିପାଠୀ,ସମ୍ଯୁକ୍ତା ମହାରଣା, ଆରୁଷି ପଣ୍ଡା,ଦେବାଂଶି ପ୍ରଧାନ, ଶିବାଂଶୀ ବେହେରା, ଟି.ରିୟାଂଶୀ, ଆହାନ ଘୋଷ, ଆହିର ଘୋଷ, ଇଭାନି ଦାଶ,ଅଦ୍ଯୁକି ପଟୁଆରୀ, ଇଧିକା ଚାନ୍ଦ, ସୁଶ୍ରୁତ ପତି, ସାଇକ୍ରିଷ୍ଣା ସେନାପତି, ଆୟୁଷ୍ମାନ ସେନାପତି, ସ୍ୱଂୟପ୍ରଭା ମଲ୍ଲ ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣ ପତ୍ର ଓ ପୁରସ୍କୃତ କରାଯାଇଥିଲା । ଏହି ଅବସରରରେ ସ୍ଲୁଲର ଶିକ୍ଷୟିତ୍ରୀ ରାଜକୁମାରୀ କୁଣ୍ଡୁ, କବିତା ଦାସ, ସୁପ୍ରଭା ମହାନ୍ତି, ରୋଜାଲିନ ନାୟକ ଓ ସ୍ଲୁଲର କର୍ମଚାରୀ ବବିତା ପଣ୍ଡାକୁ ମଧ୍ଯ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀଙ୍କ ଯୋଗ, ପିରାମିଡ, ଜୁମ୍ବ ସହ ନୃତ୍ଯ ପରିବେଷଣ ବେଶ ଚମତ୍କାର ହୋଇଥିଲା । ଉତ୍ସାହିତ ଛାତ୍ରଛାତ୍ରୀଙ୍କ କରତାଳିରେ ପ୍ରକମ୍ପିତ ହୋଇଥିଲା ମଞ୍ଚ ପରିସର। ଶେଷରେ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀ ମାନେ ଉତ୍ସାହର ସହ ୱାଟର ପାର୍କରେ ଭରପୁର ମଜା ମଜିଲସ ସହ ଗାଧୋଇ ମନୋରଞ୍ଜନ କରିଥିଲେ । ଗ୍ରୀଷ୍ମକାଳୀନ ଶିବିର ଉଦଯାପନୀ ଦିବସରେ ମନ ପ୍ରଫୁଲ୍ଲ ଓ ହସ ହସ ମୁହଁରେ ଅଭିଭାବକ ମାନଙ୍କ ସହିତ ଘରକୁ ଫେରିଥିଲେ ।
