Oplus_16908288
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଅଞ୍ଚଳରେ ଚାଲିଥିବା ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଅଞ୍ଚଳରେ ଚାଲିଥିବା ବେଆଇନ କ୍ଲିନିକ ଓ ପାଥୋଲୋଜି ଲ୍ୟାବ୍ ଗୁଡ଼ିକ ଉପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ଧରଣ ର ଚଢ଼ାଉ କରାଯାଇଛି। ବିନା କୌଣସି ବୈଧ ଲାଇସେନ୍ସ କିମ୍ବା ନିୟମାବଳୀକୁ ପାଳନ ନକରି ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ୪ଟି ବେଆଇନ ପାଥୋଲୋଜି କ୍ଲିନିକକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି। ସୂଚନା ଅନୁଯାୟୀ, ବେଲପଡା ବଜାର ଏବଂ ଏହାର ଆଖପାଖ ଅଞ୍ଚଳରେ ଦୀର୍ଘ ଦିନ ହେବ କିଛି ଅଣସ୍ୱୀକୃତି ପ୍ରାପ୍ତ ପାଥୋଲୋଜି ଲ୍ୟାବ୍ ଚାଲୁଥିବା ନେଇ ସ୍ୱାସ୍ଥ୍ୟ ବିଭାଗକୁ ବାରମ୍ବାର ଅଭିଯୋଗ ମିଳୁଥିଲା।

ଏହାକୁ ଆଧାର କରି ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଆଜି ହଠାତ୍ ଚଢ଼ାଉ କରାଯାଇଥିଲା।ଚଢ଼ାଉ ସମୟରେ ଉକ୍ତ କ୍ଲିନିକ୍ ଗୁଡ଼ିକରେ କୌଣସି ବୈଧ କାଗଜପତ୍ର କିମ୍ବା ଯୋଗ୍ୟତାସମ୍ପନ୍ନ ଟେକ୍ନିସିଆନ୍ ନଥିବା ଦେଖିବାକୁ ମିଳିଥିଲା। ଏହାସହ ନିମ୍ନମାନର ପରୀକ୍ଷା ଯନ୍ତ୍ରପାତି ଏବଂ ଅସ୍ୱାସ୍ଥ୍ୟକର ପରିବେଶରେ ରକ୍ତ ଓ ଅନ୍ୟାନ୍ୟ ପରୀକ୍ଷା କରାଯାଉଥିବା ପ୍ରମାଣ ମିଳିଥିଲା। ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୪ଟି ଯାକ କ୍ଲିନିକକୁ ସିଲ୍ କରିବା ସହ ସେମାନଙ୍କର ସମସ୍ତ ସାମଗ୍ରୀ ଜବତ କରିଛନ୍ତି।
