ବାଲିଅନ୍ତା: ଧଉଳି ଥାନା ପୁଲିସ ଆଜି ୫ ଜଣ ରାଜପଥ ଲୁଟିଆଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି । ଏଥିସହ ସେମାନଙ୍କ ଠାରୁ ୨ ଟି ମୋଟର ସାଇକଲ ଓ ୯ ଟି ମୋବାଇଲ ଫୋନ ଜବତ କରିଛି ।ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଝାରପଡା ସ୍ଥିତ ବିଚାର ବିଭାଗ ହାଜତକୁ ପଠାଇଛି । ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଜୋନ-୨ ଏସିପି କୃଷ୍ଣଚନ୍ଦ୍ର ପଲ୍ଲେଇ, ଧଉଳି ଥାନା ଅଧିକାରୀ ସ୍ମୃତି ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି । ସେମାନେ ହେଲେ ଜଗତସିଂହପୁର ରଘୁନାଥପୁର ଥାନା କୋଟକଣା ଗ୍ରାମର ଧନିଆ ଓରଫ ସୂର୍ଯ୍ୟକାନ୍ତ ଜେନା ଓ ନାଉଗାଁ ଥାନା ନଳଙ୍ଗା ଗ୍ରାମର ଈଶ୍ୱର ସ୍ୱାଇଁ, ଲକ୍ଷ୍ମୀସାଗର ଥାନା କଦଳୀଗୋଦାମ ବସ୍ତିରେ ରହୁଥିବା ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳର ଏନ. ରୋଶନ ରେଡି, ଲିଙ୍ଗରାଜ ଥାନା ସାମନ୍ତରାପୁର ମହାବୀରଲେନରେ ରହୁଥିବା ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ଗୋବିନ୍ଦ ଚନ୍ଦ୍ର ମଲ୍ଲିକ ଓ ଶୁଭ୍ରଜିତ ମଲ୍ଲିକ କ୍ଷ ଏହି ଲୁଟିଆ ଗ୍ୟାଙ୍ଗକୁ ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ଚଳାଉଥିବା ପୁଲିସ ସାମ୍ବାଦିକ ସମ୍ମିଳନୀରେ କହିଛି । ଖବରନେବାରେ ଜଣାପଡିଛି ବାଲିପାଟଣା ଥାନା ଅଞ୍ଚଳର ପ୍ରଦୀପ ସେନାପତି ଗତ ୧୧ ତାରିଖ ରାତିରେ କେଶୁରା ଅଞ୍ଚଳରୁ ଏକ ରୋଷେଇ ସାରି ଘରକୁ ଫେରୁଥିବା ବେଳେ ଭୁବନେଶ୍ୱର-ପୁରୀ ବାଇପାସ୍ ରୋଡ୍?ର ଓଡ଼ିଆଣୀ ଢାବା ନିକଟରେ ଏକ କଳା ରଙ୍ଗର ପଲସର ମୋଟର ସାଇକେଲରେ ଆସିଥିବା ଉପରୋକ୍ତ ଦୁର୍ବୃତ୍ତ ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ପରେ ସେମାନେ ଶ୍ରୀ ସେନାପତିଙ୍କ ପାଖରୁ ନଗଦ ୪,୫୦୦ ଟଙ୍କା ଓ ଏକ ମୋବାଇଲ ଫୋନ ଛଡ଼ାଇ ନେଇଥିଲେ। ଏହାପରେ ସେମାନେ ମୋବାଇଲ ଫୋନରୁ ଫୋନ ପେ ଯୋଗେ ତାଙ୍କ ଆକାଉଣ୍ଟରୁ ୬୩,୦୦୦ ଟଙ୍କା ନେଇଥିଲେ। ଏନେଇ ଶ୍ରୀ ସେନାପତି ପ୍ରଥମେ ବଡ଼ଗଡ଼ ଥାନାକୁ ଯାଇଥିଲେ କ୍ଷ ମାତ୍ର ଘଟଣାଟି ଧଉଳି ଥାନା ଅଧିନ ଅଞ୍ଚଳରେ ହୋଇଥିବାରୁ ଏଠାରେ ଅଭିଯୋଗ କରିଥିଲେ କ୍ଷ ଅଭିଯୋଗ ପାଇ ପୁଲିସ ତଦନ୍ତ କରିଥିଲେ କ୍ଷ ତଦନ୍ତ ସମୟରେ ଅଭିଯୋଗକାରୀ ଶ୍ରୀ ସେନାପତିଙ୍କ ଫୋନ-ପେ ଏବଂ ବ୍ୟାଙ୍କ ନେଣଦେଣ ଯାଞ୍ଚ କରିଥିଲେ କ୍ଷ ଯାଞ୍ଚ ସମୟରେ ଏହି ପଇସା ଅଭିଯୁକ୍ତ ସୂର୍ଯ୍ୟକାନ୍ତ ଓ ଗୋବିନ୍ଦଙ୍କ ମୋବାଇଲ ଫୋନ-ପେ କୁ ଯାଇଥିବା ଜାଣିବାକୁ ପାଇଲେ । ପରେ ଲୋକେସନ୍ ଟ୍ରାକିଂ ମାଧ୍ୟମରେ ପୁଲିସ ପ୍ରଥମେ ଗୋବିନ୍ଦ ଓ ତାଙ୍କ ସହଯୋଗୀ ସୁଭ୍ରଜିତଙ୍କୁ କାବୁ କରିଥିଲା। ଏବଂ ପରେ ସେମାନେ ଅନ୍ୟ ସହଯୋଗୀ ସୂର୍ଯ୍ୟକାନ୍ତ, ଈଶ୍ୱର ଏବଂ ଏନ୍. ରୋଶନଙ୍କ ନାମ କହିବା ସହ ଘଟଣାରେ ସମ୍ପୃକ୍ତି ବିଷୟରେ ପୁଲିସକୁ ଜଣାଇଥିଲେ। ଶେଷରେ ସମସ୍ତ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଏଥିସହ ସେମାନଙ୍କ ବ୍ୟବହୃତ ମୋବାଇଲ, ମୋଟର ସାଇକଲ ଜବତ କରିଥିଲେ କ୍ଷ ସମ୍ପୃକ୍ତ ଅଭିଯୁକ୍ତ ମାନେ ପୂର୍ବ ଯୋଜନାବଦ୍ଧ ଭାବେ ବିଭିନ୍ନ ସମୟରେ ରାଜପଥର ନିଛାଟିଆ ସ୍ଥାନରେ ଠିଆହୋଇ ଏହି ଅପରାଧ ଭିଆଇଥାନ୍ତି ବୋଲି ପୁଲିସ ପଚରାଉଚରା ସମୟରେ ଜାଣିବାକୁ ପାଇଛି କ୍ଷ
