କୋଲକାତା: ପଶ୍ଚିମବଙ୍ଗ ଫାଲଟା ବିଧାନସଭା ନିର୍ବାଚନମଣ୍ଡଳୀରେ ପୁନଃନିର୍ବାଚନର ଦୁଇ ଦିନ ପୂର୍ବରୁ, ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଏବଂ ଅଭିଷେକ ବାନାର୍ଜୀଙ୍କ ନିକଟତମ ସହଯୋଗୀ ଜାହାଙ୍ଗୀର ଖାନ ମଙ୍ଗଳବାର ଘୋଷଣା କରିଛନ୍ତି ଯେ ସେ ଭବିଷ୍ୟତରେ କୌଣସି ନିର୍ବାଚନ ଲଢ଼ିବେ ନାହିଁ। ମେ୨୧ରେ ଏଠାରେ ପୁନଃନିର୍ବାଚନ ହେବାର କାର୍ଯ୍ୟସୂଚୀ ରହିଛି। ଖାନ ଭାରତୀୟ ଜନତା ପାର୍ଟି (ବିଜେପି)ର ଦେବାଂଶୁ ପଣ୍ଡା ଏବଂ କଂଗ୍ରେସର ଅବଦୁର ରଜ୍ଜାକ ମୋଲ୍ଲାଙ୍କ ସହ ମୁକାବିଲା କରିବାକୁ ସ୍ଥିର ହୋଇଥିଲା। ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ଶମ୍ଭୁ ନାଥ କୁର୍ମି ମଧ୍ୟ ନିର୍ବାଚନ ମଇଦାନରେ ଅଛନ୍ତି। ଟିଏମସି ମୁଖପାତ୍ର ଅରୂପ ଚକ୍ରବର୍ତ୍ତୀ କହିଛନ୍ତି ଯେ ଦଳ ଖାନଙ୍କ ନିଷ୍ପତ୍ତି ବିଷୟରେ ସୂଚନା ପାଇଛି, କିନ୍ତୁ ଏହା କାହିଁକି ନିଆଯାଇଛି ସେ ବିଷୟରେ ସ୍ପଷ୍ଟତା ମିଳିନାହିଁ। “ଆମେ ଶୁଣିଛୁ ଯେ ଜାହାଙ୍ଗୀର ଖାନ ଫାଲଟା ପୁନଃନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କିମ୍ବା ଅଂଶଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଛନ୍ତ। “ଆମେ ଏପର୍ଯ୍ୟନ୍ତ ତାଙ୍କ ପ୍ରତ୍ୟାହାର ପଛର କାରଣ ଜାଣି ନାହୁଁ ବୋଲି ସେ କହିଛନ୍ତି। ଖାନ ପ୍ରତିଦ୍ୱନ୍ଦନ୍ଦ୍ୱିତାରୁ ଓହରିଯିବାର ନିଷ୍ପତ୍ତି ଘୋଷଣା କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
