ପୁରୀ: ଅଶୋକ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ପୁରୀର ରାମାୟଣି ଲେନ୍ ରାବେଣି ଚଉରା ମଣ୍ଡପରେ ରବିବାର ପ୍ରଫେସର ଅଶୋକ ତ୍ରିପାଠୀଙ୍କ ନବମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ମାନ୍ଯଗଣ୍ଯ ବ୍ଯକ୍ତି,ବନ୍ଧୁବାନ୍ଧବ, ପ୍ରୀୟପରିଜନ ଓ ପରିବାରବର୍ଗ ତାଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ସ୍ମୃତିଚାରଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଏକ ରକ୍ତଦାନ ଶିବିର ସହ ଆଧ୍ୟାତ୍ମିକ କବିତା ଆସର ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ କବି ତଥା ନାଟ୍ୟକାର ରବୀନ୍ଦ୍ରନାଥ ଷଡଙ୍ଗୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ଯ ଅତିଥି ଭାବେ ପଦ୍ମଶ୍ରୀ ଡ .ଅଶୋକ କୁମାର ମହାପାତ୍ର , ମୁଖ୍ଯ ବକ୍ତା ଭାବେ ବରିଷ୍ଠ ପ୍ରଶାସକ ଡ.ସଂଗ୍ରାମ କେଶରୀ ସାମନ୍ତରାୟ , ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ଡ. ସତ୍ୟନାରୟାଣ ଆଚାର୍ଯ୍ୟ,କଳିଙ୍ଗ ରତ୍ନ ବ୍ରହ୍ମାନନ୍ଦ ମହାନ୍ତି,କବି ତଥା ସାହିତ୍ୟିକ ବଂଶୀଧର ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଏଥିରେ ଆଇନଜୀବୀ ସୁଶାନ୍ତ ରଥଙ୍କ ଦ୍ୱାରା ଆୟୋଜିତ ରକ୍ତଦାନ ଶିବିରରେ ୧୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ବେଳେ କବିତା ଆସରରେ ବହୁ ବିଶିଷ୍ଟ କବିମାନେ ଯୋଗଦେଇ ସ୍ୱରଚିତ କବିତା ଆବୃତ୍ତି କରିଥିଲେ। ଆୟୋଜିକା ଡ. ପ୍ରିୟମ୍ବଦା ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଶିକ୍ଷକ ତଥା କବି ଲକ୍ଷ୍ମୀ ପ୍ରସାଦ ପାଣି ମଞ୍ଚ ପରିଚାଳନା କରିଥିଲେ।ଏହି ଅବସରରେ ପଦ୍ମଶ୍ରୀ ଅଶୋକ କୁମାର ମହାପାତ୍ର,ମହାପାତ୍ର ତରୁଲତା ସାମଲ, ଡ.ରଶ୍ମି କର, ଡ. ବୀଣାପାଣି ମିଶ୍ର, ଡ. ସତ୍ୟନାରାୟଣ ଆଚାର୍ଯ୍ୟ,ସୁଶାନ୍ତ କୁମାର ରଥ,ଲକ୍ଷ୍ମୀ ପ୍ରସାଦ ପାଣି,ପ୍ରମୋଦ କୁମାର ମହାପାତ୍ର, ସୁଧା ପଟ୍ଟନାୟକ , ରବିନ୍ଦ୍ରନାଥ ଷଡଙ୍ଗୀ, ଡ. ଉମାକାନ୍ତ ମହାପାତ୍ର,ଓ ଉମାବଲ୍ଲଭ ମହାପାତ୍ର ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ତଥା ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଡ. ଶ୍ରୀପଦା ଯୋଗଜାତା ତ୍ରିପାଠୀ ଧନ୍ୟବାଦ କରିଥିଲେ। ପରେ ବନ୍ଧୁବାନ୍ଧବ ଓ ପରିବାରବର୍ଗଙ୍କ ସମେତ ସାମୂହିକ ପ୍ରସାଦ ସେବନ କରିଥିଲେ ।
