ଗଞ୍ଜାମ: ଗଞ୍ଜାମଜିଲ୍ଲା କବିସୂର୍ଯ୍ୟନଗର ସହର ଉପକଣ୍ଠ ଧୋବା ବନ୍ଧ ନିକଟ ଏକ ଜଳଖିଆ ଦୋକାନ ରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ରେ ଦୋକାନରେ ରହିଥିବା ବିଭିନ୍ନ ଆସବାସ ପତ୍ର ସହ ବହୁ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ତେବେ ଅଗ୍ନିକାଣ୍ଡ ର ପ୍ରକୃତ କାରଣ ସ୍ପଷ୍ଟ ରହିଥିବା ବେଳେ ଭିକାରି ଖଟୁଆ ନାମକ ବ୍ୟକ୍ତି ଙ୍କ ଜଳଖିଆ ଦୋକାନ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଭିକାରି ଜଳଖିଆ ଦୋକାନକରି ନିଜ ପରିବାର ପ୍ରତିପୋଷଣ କରୁଥିବା ବେଳେ ରବିବାର ମଧ୍ୟାହ୍ନ ରେ ଦୋକାନ ବନ୍ଦ ଥିବା ସମୟରେ ଅଚାନକ ଦୋକାନ ଅଗ୍ନିକାଣ୍ଡ ଘଟିଥିଲା । ଆଖପାଖ ଲୋକ ଅଗ୍ନିକାଣ୍ଡ ନେଇ ଖବର ଦେବାପରେ ଭିକାରି ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଅଗ୍ନିକାଣ୍ଡ ରେ ବହୁ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି ।ପ୍ରଶାସନ ପକ୍ଷରୁ ବ୍ୟବସାୟୀ ଙ୍କୁ ସହାୟତା ଯୋଗାଇବାକୁ ସାଧାରଣରେ ଦାବୀ ହେଉଛି ।
