ବ୍ରହ୍ମପୁର / ଧରାକୋଟ: ଧରାକୋଟ ତହସିଲ ଅନ୍ତର୍ଗତ ରୁଗୁମୁ ଗ୍ରାମରେ ପୁଣି ଏକ ଦାଦନ ମୃତ୍ୟୁ ଭଳି ଦୁଃଖଦ ଘଟଣା ଘଟିଛି। ରୁଗୁମୁ ଗ୍ରାମର କବିରାଜ ନାଇକ ଙ୍କ ପୁଅ ଜିତୁ ନାଇକ (୩୦) କେରଳ କୁ କାମ କରିବାକୁ ଟ୍ରେନ ଯୋଗେ ଯାଉଥିବା ବେଳେ ବିଶାଖାପତନମ ନିକଟରେ ଅସାବଧାନତା କାରଣରୁ ଖସି ପଡ଼ି ମୃତ୍ୟୁ ବରଣ କରିଥିଲେ। ଆଜି ଜିତୁ ଙ୍କ ର ଶବ ଗାଁରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗଞ୍ଜାମ ଜିଲ୍ଲା ପାଳ ଭି କୀର୍ତ୍ତିବାସନ ଙ୍କ ନିର୍ଦ୍ଦେଶ କ୍ରମେ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି, ରାଜସ୍ୱ ନିରୀକ୍ଷକ ରବୀନ୍ଦ୍ର ଗୌଡ଼ ପ୍ରମୁଖ ଗାଁ ରେ ପହଞ୍ଚି ମୃତକ ଜିତୁ ଙ୍କ ର ବାପା କବିରାଜ ନାଇକ ଙ୍କୁ ରେଡକ୍ରସ ପକ୍ଷରୁ ତିରିଶି ହଜାର ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରିଥିଲେ। ଆଜି ଗାଁ ଶ୍ମଶାନରେ ଜିତୁ ଙ୍କର ଶବ ସତ୍କାର କରାଯାଇଛି ।
