ବାରିପଦା ; ମୟୁରଭଞ୍ଜ ଜିଲ୍ଲା,କରଞ୍ଜିଆ ବନଖଣ୍ଡ, ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳର ୫୩ ନଂ ରାଜ୍ୟ ରାଜପଥରେ ସାତକୋଶିଆ ପୋଖରୀ ନିକଟରେ ଏକ ଶାଳ ଚୌକାଠ ବୋଝେଇ ପିକ୍ଅପ ଗୁରୁବାର ଭୋର ସମୟରେ ଜବତ କରିଛି ସାତକୋଶିଆ ବନବିଭାଗ। କରଞ୍ଜିଆ ବନଖଣ୍ଡ ଅଧିକାରୀ ଅଜୟ କୁମାର ସାହୁଙ୍କ ନିର୍ଦ୍ଦେଶକ୍ରମେ ସାତକୋଶିଆ ବନାଞ୍ଚଳ ଅଧିକାରୀ ଅଜିତ କୁମାର ଦାସ ବିଶେଷ ସୁତ୍ରରୁ ଖବର ପାଇ ରାଜ୍ୟ ରାଜପଥ ସାତକୋଶିଆ ପୋଖରୀ ନିକଟରୁ ୭୭ ପିସ ଶାଳ ଚୌକାଠ ବୋଝେଇ ପିକଅପ୍ ଅଟକାଇ ତାରପୋଲିନ ଖୋଲିବା ସମୟରେ ଅନ୍ଧାର ରାତିର ସୁଯୋଗ ନେଇ ଡ୍ରାଇଭର ଦୌଡ଼ି ପଳାଇଥିଲା।

ବନବିଭାଗ ଟିମ୍ ଗାଡ଼ିକୁ ଅଟକାଇ ତଲାସୀ କରିବାରୁ ବିଭିନ୍ନ ସାଇଜର ୭୭ ପିସ ଶାଳ ଚୌକାଠ ଦେଖିବାକୁ ପାଇଥିଲେ। ଘଟଣା ସ୍ଥଳରୁ କାଠ ସହିତ ପିକ୍ଅପ ଟିକୁ ଜ୍ୱତ କରି କେଶ ନମ୍ବର ୩/୨୦୨୬ମୂଳେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। ଏହି ଚଢ଼ାଉ ସମୟରେ ବନପାଳ ଗୌତମ ମହାନ୍ତ, ହରିଶ ଚନ୍ଦ୍ର ବେହେରା, ବନରକ୍ଷୀ ସନତ ମହାନ୍ତ, ଗଦାଧର ମହାନ୍ତ ଏବଂ ଅନ୍ୟ କର୍ମଚାରୀ ସାମିଲ ଥିଲେ। ଗାଡ଼ିରେ ଥିବା ୭୭ ପିସ ଶାଳ ଚୌକାଠ ୭୭.୯୩ ସିଫ୍ଟ ଯାହାର ଆନୁମାନିକ ମୁଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବନବିଭାଗ ସୂଚନା ମିଳିଛି ।
