ଦଶପଲ୍ଲା: ଦଶପଲ୍ଲା ବନାଞ୍ଚଳ ରୁ ଅରୁଗୁଣା ଗଛ ଛାଲି ୯୦ କେଜି କୁ ଗୋଟିଏ ମୁପେଡ ବାଇକ ଯୋଗେ ଚୋରା ରେ ଚାଲାଣ ହେଉଥିବା ବେଳେ ବନ କର୍ମଚାରୀ ମାନେ ଜବତ କରିଛନ୍ତି. ଏହି କରବାର ରେ ସମ୍ପୃକ୍ତ ଥିବା ସ୍ଥାନୀୟ କୁକୁ ପ୍ରସାଦ ର ରାଜେଶ ପ୍ରଧାନ ବ ୧୯ ଓ ନୂଆଗାଁ ଥାନା ମହୀତମା ଗାଁ ର ଗୌତମ ସିଂହ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ ହୋଇଛନ୍ତି. ଜବତ ଏକକ୍ସଲ ୧୦୦ନଂ ଓ ଡି ୨୫ ଆର ୮୮୭୪ ବୋଲି ରେଞ୍ଜ ଅଧିକାରୀ ଶ୍ରୀନିବାସ ଦାଶ କହିଛନ୍ତି. ଏ ସମ୍ପର୍କ ରେ ଗୋଟିଏ ମାମଲା ରୁଜୁ ହୋଇଛି.
