ପୁରୀ: ଓଡିଶା ସରକାରଙ୍କ ଯୁବ ଓ କ୍ରୀଡା ବିଭାଗ ଖୋ ଖୋ ଫେଡେରେସନ ଅଫ ଇଣ୍ଡିଆ ,ଓଡିଶା ଖୋ ଖୋ ଆସୋସିଏସନ ପୁରୀଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଶୁକ୍ରବାର ତାଳବଣିଆ ଇଣ୍ଡୋର ଷ୍ଟାଡିୟମ ସ୍ଥିତ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଖୋ ଖୋ ଏକାଡେମୀ ହଲ ଠାରେ ୫୬ତମ ବରିଷ୍ଠ ଓଡିଶା
ରାଜ୍ଯସ୍ତରୀୟ ପୁରୁଷ ଓ ମହିଳା ୨୦୨୬-୨୭ ଖୋ ଖୋ ଚମ୍ପିୟନସିପ ପୁରୁଷ ମ୍ୟାଚ ତୃତୀୟ ଦିନରେ ଖେଳାଳୀମାନଙ୍କ ଜୋରଦାର ଟକ୍କର ସହ ଖେଳ ପ୍ରଦର୍ଶନ ହୋଇଛି। ଅତିଥି ଭାବେ ଭାରତ ଖୋ ଖୋ ଫେଡେରେସନ ଉପସଭାପତି ତଥା ଓଡିଶା ଖୋ ଖୋ ଆସୋସିଏସନ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ଯୋଗଦେଇ ପିଲାମାନଙ୍କ ସହ କରମର୍ଦ୍ଦନ କରି କହିଲେ ଖେଳାଳୀମାନଙ୍କ ଉଦ୍ଯମ ସାହାସ ଓ ସେମାନଙ୍କ ଯୋଶ ଦେଖିବାକୁ ମିଳିଛି । ସେମାନଙ୍କ ଭିତରେ ଭାଇଚାରା ସହ ଶୃଙ୍ଖଳିତ ଖେଳ ପ୍ରଦର୍ଶନ ବେଶ ଉଚ୍ଚକୋଟୀର ହୋଇଛି ।

ରେଫରୀ, ଅମ୍ପାୟାର ସ୍କୋରର, ମ୍ଯାନେଜର, ଅଫିସର ଓ କୋଚ ମାନଙ୍କୁ ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ପ୍ରଶଂସା କରିଥିଲେ ।ଏଚପିସି ର ମୁଖ୍ଯ କୋଚ ସଞ୍ଜୀବ ଶର୍ମା ,ଓଡିଶା ଖୋ ଖୋ ଆସୋସିଏସନ ଏଜକ୍ଯୁଟିଭି ସଦସ୍ଯ ଭୂବନ ମୋହନ ଦାସ ଓ ଓଡିଶା ଖୋ ଖୋ ସଂଘ କୋଷାଧ୍ୟକ୍ଷ ତଥା କୋଚ ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର ପ୍ରମୁଖ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହ ପ୍ରଶଂସା କରିଥିଲେ । ରାଜ୍ୟର ୨୧ଟି ଜିଲ୍ଲାରୁ ୩୧୫ ପୁରୁଷ ଖେଳାଳି ମାନେ ଅଂଶଗ୍ରହଣ କରିଛନ୍ତି । ଗଜପତି, ପୁରୀ, ବାଲେଶ୍ୱର, ରାୟଗଡା, ସୁନ୍ଦରଗଡ ,କେନ୍ଦ୍ରାପଡା , ଷ୍ଟେଟ ସ୍ପୋର୍ଟ୍ସ ହଷ୍ଟେଲ ପୁରୀ, ଗଞ୍ଜାମ, ମୟୁରଭଞ୍ଜ, ଜଗତସିଂହପୁର, କନ୍ଧମାଳ, ସମ୍ବଲପୁର, ଭୁବନେଶ୍ୱର, ଭଦ୍ରକ, ସ୍ୱର୍ଣ୍ଣ ପୁର,ଖୋର୍ଦ୍ଧା,କିସ୍ ୟୁନିଭରସିଟି, ଢେଙ୍କାନାଳ, କଟକ, ଯାଜପୁର, କୋରାପୁଟ ପୁରଷଦଳର ଖେଳାଳୀ ମାନେ ଅଂଶଗ୍ରହଣ କରିଥିବା ବେଳେ ୪୨ ଜଣ ମ୍ଯାନେଜର ଯୋଗ ଦେଇଛନ୍ତି । ଖୋ ଖୋ ଖେଳ ଯୋରଦାର ଜମୁଛି । କ୍ୱାଟର ଫାଇନାଲରେ ବାଲେଶ୍ୱର ଓ ମୟରଭଞ୍ଜ ଭିତରେ ଜୋରଦାର ଟକ୍କର ଖେଳରେ ବାଲେଶ୍ୱର ୨୬ ପଏଣ୍ଟ ପାଇଥିବାବେଳେ ମୟୁରଭଞ୍ଜ ୨୮ ପଏଣ୍ଟ ପାଇ ବିଜୟ ହୋଇଛି । ସେହିପରି ପୁରୀ ୩୪ ପଏଣ୍ଟ ପାଇଥିବା ବେଳେ,କିସ୍ ୟୁନିଭରସିଟି ୨୦ ପଏଣ୍ଟ ପାଇଛି ପୁରୀ ବିଜୟ ହୋଇଛି । ଷ୍ଟେଟ ସ୍ପୋର୍ଟ୍ସ ହଷ୍ଟେଲ ପୁରୀ ୪୧ ପଏଣ୍ଟ ପାଇଥିବା ବେଳେ କଟକ ୧୫ ପଏଣ୍ଟ ପାଇଛି ।

ଜଗତସିଂହପୁର ସହ ଗଜପତି ମଧ୍ଯରେ ବେଶ ସଂଘର୍ଷ ପୂର୍ଣ୍ଣ ଖେଳ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଖୋ ଖୋ ସ୍ଲୋଗାନ ସହ ଖେଳାଳୀମାନଙ୍କ କରତାଳିରେ ପ୍ରକମ୍ପିତ ହୋଇଥିଲା ଖୋ ଖୋ ଏକାଡେମୀ ହଲ ପରିସର । ଏଥିରେ କ୍ରୀଡା ଶିକ୍ଷକ ସୂର୍ଯ୍ୟ ନାରାୟଣ ଜେନା, ଏଚପିସି ମ୍ଯାନେଜର ବାପି ରାୟ,ରେଫରୀ ରବିନାରାୟଣ ପ୍ରଧାନ, କୃପାସିନ୍ଧୁ ପ୍ରଧାନ ,ସ୍କୋରର ସରିତା ବିଶ୍ୱାଳ, ଅନ୍ନପୂର୍ଣ୍ଣା ରାଉତ, ଅମ୍ପାୟାର ଭୂବନ ମୋହନ ଦାସ ,ଆସିଷ୍ଟାଣ୍ଡ ସ୍କୋରର ସୁଶାନ୍ତ ଦାସ ରହିଥିବା ବେଳେ ଆକାଶ ରଣା ଓ ଟେକ୍ନିକାଲ ଅଫିସର, ମ୍ଯାନେଜର, ସହାୟକ କର୍ମଚାରୀ ଓ ଭଲେଣ୍ଟିୟର ମାନେ ଉପସ୍ଥିତ ରହି ଖେଳକୁ ପରିଚାଳନା କରିଥିଲେ ।
