ହିନ୍ଦୋଳ: ଉପଖଣ୍ଡ ରାସୋଳ ଥାନା ବୁହାଳିପାଳ ପଞ୍ଚାୟତ ଅନ୍ତର୍ଗତ ବିଦ୍ୟାଧରପୁର ଗାଁରେ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜ୍ଞାନ ରଞ୍ଜନ ସାହୁ ଶ୍ୱଶୁର ଘରେ ନିଆଁ ଲଗାଇ ଜାଳିଦେଲେ ଘର। ଜୀବନ ବଞ୍ଚାଇ ପରିବାର ଲୋକେ ବାହାରକୁ ବାହାରି ଆସିଥିବାବେଳେ ଘରେଥିବା ଆସବାବପତ୍ର ସହ ଧାନଚାଉଳ ଓ ଲୁଗାପଟା ଆଦି ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏତଦବ୍ୟତୀତ ଘରେ ଥିବା ନଗଦ କୋଡ଼ିଏ ହଜାର ଟଙ୍କା ମଧ୍ୟ ପୋଡ଼ି ଯାଇଥିବା ପିଉସୀନାନୀ ଗୋଲାପ ବିଶ୍ୱାଳ ଥାନାରେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ଜ୍ଞାନ ରଞ୍ଜନ ସାହୁଙ୍କୁ ପୋଲିସ୍ ତାଙ୍କ ଘରୁ ଉଠାଇଆଣି ଥାନାରେ ଅଟକ ରଖିଥିବା ଜଣାପଡ଼ିଛି ।
