ବାରିପଦା; ନୂଆଦିଲ୍ଲୀ ସ୍ଥିତ ସ୍କୁଲ ଅଫ ପ୍ଲାନିଂ ଆଣ୍ଡ ଆର୍କିଟେକ୍ଚର (ଏସପିଏ)ର ୪୪ତମ ସମାବର୍ତ୍ତନ ଉତ୍ସବରେ ଦୁଇଟି ପ୍ରତିଷ୍ଠିତ ସ୍ୱର୍ଣ୍ଣ ପଦକ ହାସଲ କରି ଆର୍କିଟେକ୍ଟ ବତ୍ସଳା କୁଅଁର ମୟୂରଭଞ୍ଜ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଅକ୍ଟୋବର ୧୨ ତାରିଖରେ ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ବତ୍ସଳା, ଏସପିଏରୁ ୨୦୨୪-୨୦୨୬ ଶିକ୍ଷାବର୍ଷରେ ଆଞ୍ଚଳିକ ଯୋଜନାରେ ମାଷ୍ଟର ଅଫ ପ୍ଲାନିଂ ଡିଗ୍ରୀ ହାସଲ କରିଛନ୍ତି। ଶିକ୍ଷାଗତ ଉତ୍କର୍ଷ ପାଇଁ ସେ ଏସପିଏ ଗୋଲ୍ଡ ମେଡାଲ ଏବଂ ସହରାଞ୍ଚଳ ଓ ଆଞ୍ଚଳିକ ଯୋଜନା ବିଭାଗର ଯୋଗ୍ୟ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥେସିସରେ ସର୍ବାଧିକ ନମ୍ବର ରଖି ପ୍ରଫେସର ଏନ.ଏସ. ସାଇନି ଏସପିଏ ଗୋଲ୍ଡ ମେଡାଲ ଲାଭ କରିଛନ୍ତି। ତାଙ୍କର ସ୍ନାତକୋତ୍ତର ଗବେଷଣା ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳ ଓ ଆଦିବାସୀ ସମ୍ପ୍ରଦାୟର ସମସ୍ୟା ଉପରେ ଆଧାରିତ ଥିଲା। କ୍ଷେତ୍ର ଅଧ୍ୟୟନ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ମାଧ୍ୟମରେ ସେ ଖଣି ଅଞ୍ଚଳର ଆହ୍ୱାନ ଏବଂ ସୁସ୍ଥିର ବିକାଶର ସମ୍ଭାବନା ଅନୁଧ୍ୟାନ କରିଥିଲେ। ଉତ୍ସବରେ ଦେଓରିଆ ସାଂସଦ ଶଶାଙ୍କ ମଣି ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବତ୍ସଳା,ବାରିପଦାର ପରିଚିତ ଆର୍କିଟେକ୍ଟ ମନୋଜ କୁଅଁର କନ୍ୟା ଅଟନ୍ତି । ବତ୍ସଳାଙ୍କ ଏହି କୃତିତ୍ୱ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ପାଲଟିଛ
