ନୂଆଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟାରେ ନାମପାଲି ରେଳ ଷ୍ଟେସନ୍ରେ ହାଇଦ୍ରାବାଦ-ଜୟପୁର ସ୍ପେଶାଲ୍ ଏକ୍ସପ୍ରେସ୍ର ଦୁଇଟି ଏୟାରକଣ୍ଡିସନ୍ ଡବାରେ ଅଗ୍ନିକାଣ୍ଡ ଘଟିଥିବା ଅଧିକାରୀମାନେ କହିଛନ୍ତି। ଏହି ଘଟଣାରେ କୌଣସି ମୃତାହତର ସୂଚନା ମିଳିନାହିଁ। ରେଳ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ସନ୍ଧ୍ୟା ୭ଟାରେ ଜୟପୁର ପାଇଁ ଟ୍ରେନଟି ଛାଡିବାର କିଛି ସମୟ ପୂର୍ବରୁ ଟ୍ରେନ୍ର ୩-ସ୍ତରୀୟ ଏସି କମ୍ପାର୍ଟମେଣ୍ଟର ବି୧ ଏବଂ ବି ୨ କୋଚ୍ରେ ନିଆଁ ଲାଗିଯାଇଥିଲା। ସୂଚନା ପାଇବା ପରେ ଅଗ୍ନିଶମ କର୍ମଚାରୀମାନେ ଷ୍ଟେସନ୍?ରେ ପହଞ୍ଚି ତୁରନ୍ତ ଅଗ୍ନି ନିର୍ବାପନ କାର୍ଯ୍ୟ ଆରମ୍ଭ କରିଥିଲେ। ତିନୋଟି ଦମକଳ ଗାଡ଼ି ସାହାଯ୍ୟରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା।
