ଦେଓଖାଳି : କେ ନୂଆଗାଁ ଥାନା ନିକଟରେ ଆଜି ଟ୍ରାକ୍ଟର – ଅଟୋ ମୁହାଁମୁହିଁ ଧକ୍କା ହେବ। ଫଳରେ ଦେଓଖାଳି ଗ୍ରାମର ଅମ୍ବିକା ପ୍ରଧାନ ମୃତ୍ୟୁ ହେବା ସଙ୍ଗେ ସଙ୍ଗେ ଚିକିଟି ବ୍ଲକ ଲାଲମେଣ୍ଟା ଗ୍ରାମ ର ବିଷ୍ଣୁ ପ୍ରିୟା ପ୍ରଧାନ (୨୮), କେ ନୂଆଗାଁ ପଂଚାୟତ କେ ଖୁଦୁଡ଼ି ଗ୍ରାମର ସୁଶୀଳା ମଲ୍ଲିକ (୩୫) ଏବଂ ପୁଅ ନାବାଳକ ମହେଶ ମଲ୍ଲିକ (୧୦), ଚିକିଟି ଅଞ୍ଚଳ ର ଥବୀର ସାହୁ(୩୫) ଆହତ ହୋଇଥିବା ଜଣାପଡୁଛି ।ସୂଚନା ଯୋଗ୍ୟ ଲାଲମେଣ୍ଟା ଗ୍ରାମର ପଦ୍ମଲୋଚନ ପ୍ରଧାନ ତାଙ୍କ ପତ୍ନୀ ବିଷ୍ଣୁ ପ୍ରିୟା ପ୍ରଧାନ ଉଭୟେ ଚିକିଟି ପେଣ୍ଠ ରେ ପିଲା ଙ୍କ ପାଠପଢିବା ସକାଶେଦୀର୍ଘ ଦିନ ରହି ଆସୁଛନ୍ତି ।ଦେଓଖାଳି ଗ୍ରାମରେ ଯାତ୍ରା ହେବା ସକାଶେ ଝିଅ ବିଷ୍ଣୁ ପ୍ରିୟା ପ୍ରଧାନ ଜ୍ୱାଇଁ ପଦ୍ମ ଲୋଚନ ପ୍ରଧାନ ପରିବାର ଙ୍କୁ ଧରି ଶାଶୁ ଅମ୍ବିକା ପ୍ରଧାନ ଙ୍କ ଘରକୁ ଆସିଥିଲେ । ଯାତ୍ରା ସରିବା ପରେ ଆଜି ଝିଅ କୁ ଧରି ଅଟୋ ଯୋଗେ ଏବଂ ଦେଓଖାଳି ଛକ ରେ ନିଜ ଗ୍ରାମକୁ ଯିବା ପାଇଁ ଅପେକ୍ଷା ରହିଥିବା କେ ଖୁଦୁଡ଼ି ଗ୍ରାମର ସୁଶୀଳା ମଲ୍ଲିକ ଏବଂ ପୁଅ ମହେଶ ମଲ୍ଲିକ (୧୦) ସମସ୍ତେ ମିଶି ଅଟୋ ଯୋଗେ ଚିକିଟି ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବାଲି ବୋଝେଇ ଟ୍ରାକ୍ଟର ଟି ଫେରୁଥିବା ବେଳେ କେ ନୂଆଗାଁ ଥାନା ନିକଟରେ ମୁହଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳ ରେ ଡ୍ରାଇଭର ଥବିର ସମେତ ୪ ଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତ ଅବସ୍ଥାରେ ଡ୍ରାଇଭର ଥବିର, ବିଷ୍ଣୁ ପ୍ରିୟା, ସୁଶୀଳା, ମହେଶ, ଅମ୍ବିକା ଙ୍କୁ ଉଦ୍ଧାର କରି ଚିକିଟି ଗଡ଼ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭତ୍ତି କରାଇଥିଲେ ।ସମସ୍ତ ଙ୍କ ଅବସ୍ଥା ସଂକଟକ୍ଷପନ୍ନ ଥିବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବା ସମୟରେ ଅମ୍ବିକା ପ୍ରଧାନ ଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିବା ବେଳେ ଅନ୍ୟମାନେ ଚିକିତ୍ସିତ ହେଉଥିବା ଜଣାପଡୁଛି । କୌଣସି ସୂତ୍ରରୁ ଖବର ପାଇ କେ ନୂଆଗାଁ ଥାନା ଅଧିକାରୀ ବିଶ୍ୱଜିତ ନାୟକ ଘଟଣା ସ୍ଥଳରେ ପହଂଚି ଉଭୟେ ଗାଡି କୁ ଜବତ କରି ଥାନା ପରିସର କୁ ଅଣା ଯିବା ସହ ଘଟଣା ଟି ର ତଦନ୍ତ ଚାଲୁ ରହିଥିବା କହିଛନ୍ତି କ୍ଷ
