ଆସିକ: ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଗାଙ୍ଗପୁର ଥାନା ଅଧିନ ମୁନିଗାଡି ଠାରେ ଏକ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ଏକ ଗଛକୁ ପିଟିଲା କାର ଗାଡି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣ ଆହତ ହୋଇଥିବା ଜଣାପଡିଛି । ବ୍ରହ୍ମପୁରରୁ ମାର୍କେଟିଙ୍ଗ ସାରି ନିଜ ଘର ଭଞ୍ଜନଗରକୁ ଫେରିବା ବେଳେ ଆସିକା ବ୍ଲକ ମୁନିଗାଡି ଠାରେ ଦୁର୍ଘଟଣା ଘଟିଥିଲା । ଘଟଣା ଘଟିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୋବରା ଆମ୍ୱୁଲାନ୍ସ ଜରିଆରେ ପ୍ରଥମେ ଆସିକା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।

କାର୍ଯ୍ୟରତ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇ ଥିବା ସୂଚନା ରହିଛି । ମିଳିଥିବା ସୂଚନା ଅନୁଯାୟୀ ପୁଅ ସୁଶାନ୍ତ ସାହୁ ନୌବାହିନୀରେ କାର୍ଯ୍ୟରତ ଥିବା ବେଳେ ଛୁଟିରେ ଘରକୁ ଆସିଥିଲେ । ସପରିବାର ବାପା ବିପ୍ର ଚରଣ ସାହୁ, ମାତା ରିନା ସାହୁ , ସୁଶାନ୍ତଙ୍କ ସ୍ତ୍ରୀ ଶୁଭ୍ରାବାଳା ସାହୁ , ନାତି ତ୍ରିଶବ ସାହୁ ଏବଂ ନାତୁଣୀ ଶ୍ରୀୟା ସମସ୍ତେ ମିଶି କାର ଗାଡିରେ ବ୍ରହ୍ମପୁର ରୁ ନିଜ ଘର ଭଞ୍ଜନଗର ଫେରୁଥିଲେ ।
