ନୂଆଦିଲ୍ଲୀ: ୟୁପିଆଇ ପେମେଣ୍ଟ ପାଇଁ ନୂତନ ଶୁଳ୍କ ବ୍ୟବସ୍ଥାକୁ ନେଇ ଦାୟର ଏକ ଜନସ୍ୱାର୍ଥ ମାମଲା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇବାକୁ କିମ୍ବା କୌଣସି ଅନ୍ତରୀଣ ଆଶ୍ୱସ୍ତି ପ୍ରଦାନ କରିବାକୁ ମନା କରିଦେଇଛନ୍ତି। ତଥାପି, କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରି ଏ ସମ୍ପର୍କରେ ବିସ୍ତୃତ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନଜୀବୀ ଅଞ୍ଜନ ଦତ୍ତଙ୍କ ଦ୍ୱାରା ସର୍ବୋଚ୍ଚ ଅଦାଲତରେ ଦାୟର ଏହି ପିଆଇଏଲରେ ୨,୦୦୦ ଟଙ୍କାରୁ ଅଧିକ ନିର୍ଦ୍ଦିଷ୍ଟ ବ୍ୟବସାୟିକ ପେମେଣ୍ଟ ଉପରେ ୦.୪% ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍ (ଏମଡିିଆର) ଲାଗୁ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିଲା; ଯାହା ଅକ୍ଟୋବର ୧୫ରୁ କାର୍ଯ୍ୟକାରୀ ହେବାକୁ ଥିଲା। ୨,୦୦୦ ଟଙ୍କାରୁ ଅଧିକ ବ୍ୟବସାୟିକ ୟୁୂପିଆଇ ପେମେଣ୍ଟ ଉପରେ ଶୁଳ୍କ ଲାଗୁ କରିବା ନେଇ କେନ୍ଦ୍ର ସରକାରଙ୍କ ସେପ୍ଟେମ୍ବର ୧୪-୧୫ ତାରିଖର ବିଜ୍ଞପ୍ତିକୁ ରଦ୍ଦ କରିବା ପାଇଁ ଦତ୍ତ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚି ଓ ବିପୁଲ ଏମ୍. ପଞ୍ଚୋଲିଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରି କହିଥିଲେ, “କେନ୍ଦ୍ର ସରକାର ସତ୍ୟପାଠ ମାଧ୍ୟମରେ ସମସ୍ତ ତଥ୍ୟ ଉପସ୍ଥାପନ କରନ୍ତୁ।’ ଆବେଦନକାରୀଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ ଯେ ୟୁପିଆଇ କଳାଧନକୁ ନିୟନ୍ତ୍ରଣ କରିଛି ଏବଂ ଏହି ନୂତନ ଶୁଳ୍କ ଡିଜିଟାଲ କାରବାରକୁ ନିରୁତ୍ସାହିତ କରିବ। ଅନ୍ୟପକ୍ଷରେ, ଏହି ପଦକ୍ଷେପର ସପକ୍ଷରେ ଯୁକ୍ତି ବାଢ଼ି ଅତିରିକ୍ତ ସଲିସିଟର ଜେନେରାଲ ଏନ୍. ଭେଙ୍କଟରମଣ କହିଥିଲେ ଯେ ଏହା ଅକ୍ଟୋବର ୧୫ରୁ କାର୍ଯ୍ୟକାରୀ ହେବ ଏବଂ ୯୬ ପ୍ରତିଶତ ଗେଟୱେ ବ୍ୟବହାରକାରୀ ଏଥିରୁ ମୁକ୍ତ ରହିବେ। ସେ ଆହୁରି ମଧ୍ୟ କହିଥିଲେ ଯେ ଅତ୍ୟାବଶ୍ୟକ ସେବା କ୍ଷେତ୍ରରେ ଏହି ସମୟରେ, ଅନ୍ୟ ଜଣେ ବିଚାରପତି, ଜଷ୍ଟିସ୍ ବାଗଚୀ, ଏଭଳି ଅଧିଗ୍ରହଣ ପାଇଁ କାର୍ଯ୍ୟପାଳିକାର କ୍ଷମତା ଏବଂ ୧୪୦ କୋଟି ନାଗରିକଙ୍କ ଉପରେ ପ୍ରଭାବ ପକାଉଥିବା ଏହି ପଦକ୍ଷେପର ଆଇନଗତ ସ୍ୱରୂପ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ।
