ଭଂଜନଗର: ନବନିର୍ମିତ ଘରର ତାଲା ଭାଙ୍ଗି, ଭିତରେ ପଶିଲା ପୋଲିସ । ଘରୁ ଭିତରୁ ଜବତ ହେଲା ବିପୁଳ ପରିମାଣର ବେଆଇନ୍ ବିଦେଶୀ ମଦ । ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ବିଡିପୁର ଗାଁ ନିକଟରେ ଏଭଳି ଚଢାଉ କରିଛି, ଜଗନ୍ନାଥପ୍ରସାଦ ଥାନା ପୋଲିସ । ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ, ଚଢ଼ାଉ କରିଥିଲା ପୋଲିସ । ସଂପୃକ୍ତ ଘର ଭିତରେ ରହିଥିବା ୪୫୯ ଲିଟର ବେଆଇନ ବିଦେଶୀ ମଦକୁ ଜବତ କରିଥିଲା । ସେଠାରେ ମଦ ମହଜୁଦ ରଖିଥିବା, ଆସାମୀ ଫେରାର ରହିଛି । ଜବତ ମଦର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି କୁହାଯାଉଛି । ଏନେଇ ତଦନ୍ତ ଜାରି ରଖିଛି ପୋଲିସ ।
