ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ଦିନ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଆଇନ (ୟୁଏପିଏ) ଅଧୀନରେ ପାକିସ୍ତାନ-ଭିତ୍ତିକ ଶାହଜାଦ ଭଟ୍ଟି ନେଟୱାର୍କ (ଏସବିଏନ) ଗ୍ୟାଙ୍ଗକୁ ଏକ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛନ୍ତି ଏବଂ ଏହାକୁ ଉକ୍ତ ଆଇନର ପ୍ରଥମ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିଛନ୍ତି। ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଏହି ଗୋଷ୍ଠୀ ସୀମା ପାର୍ ହୋଇ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଏବଂ ନିଶାଦ୍ରବ୍ୟ ଚୋରା ଚାଲାଣ କରିବା ସହ ସାଧାରଣ ଅପରାଧୀ ଓ ଭାରତୀୟ ଯୁବକମାନଙ୍କୁ ଆତଙ୍କବାଦ ଆଡ଼କୁ ପ୍ରବର୍ତ୍ତାଇବାରେ ଜଡ଼ିତ ରହିଛି। ଗୃହ ମନ୍ତ୍ରଣାଳୟର ବିଜ୍ଞପ୍ତିରେ କୁହାଯାଇଛି ଯେ, “ଶାହଜାଦ ଭଟ୍ଟି ନେଟୱାର୍କ ଏପରି ଏକ ସଂଗଠନ ଯାହାର ଲକ୍ଷ୍ୟ ହେଉଛି ସରଳ ବିଶ୍ୱାସୀ ଯୁବକ ଓ ସ୍ଥାନୀୟ ଅପରାଧୀମାନଙ୍କୁ ବ୍ୟବହାର କରି ସୀମା ପା?ର୍ରୁ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଏବଂ ନିଶାଦ୍ରବ୍ୟ ଚୋରା ଚାଲାଣ କରିବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ମାଧ୍ୟମରେ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା, ସାମ୍ପ୍ରଦାୟିକ ସଦ୍ଭାବ ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଗୁରୁତର ବିପଦ ସୃଷ୍ଟି କରିବା। ସ୍ୱାଧୀନତା ଦିବସ ପୂର୍ବରୁ, ଭାରତୀୟ ସୁରକ୍ଷା ବାହିନୀ ଏହି ନେଟୱାର୍କ ବିରୁଦ୍ଧରେ ବିଭିନ୍ନ ରାଜ୍ୟରେ ମାସବ୍ୟାପୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଝଈଘର ୨୦୦ରୁ ଅଧିକ ସଦସ୍ୟଙ୍କୁ ଗିରଫ କରିଥିଲା। ଏହି ଅଭିଯାନରେ କେବଳ ଏନଆଇ ଭଳି କେନ୍ଦ୍ରୀୟ ସଂସ୍ଥା ନୁହେଁ, ବରଂ ରାଜ୍ୟ ପୋଲିସ୍ ଏବଂ ଇଞଝ ମଧ୍ୟ ସାମିଲ ଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ ଏସବିଏନ ସରଳ ବିଶ୍ୱାସୀ ଯୁବକ ଓ ସ୍ଥାନୀୟ ଅପରାଧୀଙ୍କ ସହ ଯୋଗାଯୋଗ ସ୍ଥାପନ କରିବା ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମର ବ୍ୟାପକ ବ୍ୟବହାର କରୁଥିଲା। ମିଳିଥିବା ସୂଚନା ଆଧାରରେ, ସୁରକ୍ଷା ବାହିନୀ ଅନେକ ଆତଙ୍କବାଦୀ ଷଡଯନ୍ତ୍ରକୁ ପଣ୍ଡ କରିଦେଇଛି; ଏଥିମଧ୍ୟରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପେଟ୍ରୋଲ ବୋମା ଆକ୍ରମଣ ଯୋଜନା ଏବଂ ବେଙ୍ଗଲର ନେତା ସୁଭେନ୍ଦୁ ଅଧିକାରୀଙ୍କ କୋଲକାତାସ୍ଥିତ ବାସଭବନ ଉପରେ ନଜର ରଖିବା (ରେକି) ଭଳି ଘଟଣା ସାମିଲ ରହିଛି।
ଏହି କାର୍ଯ୍ୟାନୁଷ୍ଠାନ ଦେଶର ୧୪ଟି ରାଜ୍ୟକୁ ବ୍ୟାପିଥିଲା। ଦେଶରେ ଝଈଘର ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବା ସମ୍ପର୍କରେ ଗତ ମାସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ଭାରତୀୟ ସୁରକ୍ଷା ବାହିନୀ ଝଈଘର ବିଧ୍ୱଂସକାରୀ ଆକ୍ରମଣ ଯୋଜନାକୁ ବିଫଳ କରିଦେଇଛି। ସେ ସୂଚନା ଦେଇଥିଲେ ଯେ ଏହି ନେଟୱାର୍କ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ଇଙ୍ଗିତରେ କାର୍ଯ୍ୟ କରୁଥିଲା। ତେବେ ଏହି ନେଟୱାର୍କ ସହ ସମ୍ପର୍କ ଥିବା କଥାକୁ ପାକିସ୍ତାନ ଅସ୍ୱୀକାର କରିଛି। ଆତଙ୍କବାଦୀ ଷଡଯନ୍ତ୍ରର ପର୍ଦ୍ଦାଫାଶ ଘଟଣାରେ ପ୍ରତିକ୍ରିୟା ରଖି ଇସଲାମାବାଦ ଭାରତରେ ହୋଇଥିବା ଗିରଫଦାରୀ ସହ ନିଜର କୌଣସି ସମ୍ପର୍କ ନଥିବା କଥା କହିଛି। ଏହା ସହିତ ପାକିସ୍ତାନ କୁଲଭୂଷଣ ଯାଦବଙ୍କ ପ୍ରସଙ୍ଗ ଉଠାଇଛି; ଯାଦବ ହେଉଛନ୍ତି ଜଣେ ଭାରତୀୟ ନୌସେନା ଅଧିକାରୀ ଯିଏ ପରେ ବ୍ୟବସାୟୀ ହୋଇଥିଲେ ଏବଂ ଯାହାଙ୍କୁ ପାକିସ୍ତାନ ୨୦୧୬ ମସିହା ମାର୍ଚ୍ଚ ମାସରେ ଅପହରଣ କରିନେଇଥିଲା। ଏକ ବିବୃତ୍ତିରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ତାହିର ଆନ୍ଦ୍ରାବି ନୂଆଦିଲ୍ଲୀ ଉପରେ ଅଭିଯୋଗ ଆଣି କହିଛନ୍ତି ଯେ ଭାରତ “ନିଜର ଆଭ୍ୟନ୍ତରୀଣ ସୁରକ୍ଷା ସମ୍ବନ୍ଧୀ ଆହ୍ୱାନରୁ ଧ୍ୟାନ ହଟାଇବା ପାଇଁ’ ପାକିସ୍ତାନ ସମ୍ପର୍କିତ ଦାବିଗୁଡ଼ିକୁ ବ୍ୟବହାର କରୁଛି। ସେ ଭାରତର ଗୁଇନ୍ଦାଗିରି ଉଦ୍ୟମର ଉଦାହରଣ ଭାବରେ ଯାଦବଙ୍କ ପ୍ରସଙ୍ଗ ଉଲ୍ଲେଖ କରିଥିଲେ—ଯେଉଁ ଦାବିକୁ ନୂଆଦିଲ୍ଲୀ ବାରମ୍ବାର ଖଣ୍ଡନ କରିଆସିଛ।
