ବାଇକ କୁ ପଛ ପଟୁ ଧକ୍କା ଦେଲା ଟ୍ରାକ୍ଟର l ଟ୍ରାକ୍ଟର ଧକ୍କା ରେ ଘଟଣା ସ୍ଥଳରେ ହିଁ ସ୍ୱାମୀ ର ମୃତ୍ୟୁ ହୋଇଥିବା ବେଳେ , ସ୍ତ୍ରୀ ଓ ଭଉଣୀ ଗୁରୁତର ଆହତ ହୋଇଛନ୍ତି l ବାଲିଗୁଡା ଥାନା ଜୁନାଗାଁ ନିକଟରେ ଘଟିଛି ଏପରି ଦୁର୍ଘଟଣା l ମୃତକ ହେଲେ ବାଲିଗୁଡା ଥାନା ସଲାଗୁଡା ପଂଚାୟତ ର କୁଡକେଲକିଆ ଗାଁ ର ଦିଲ୍ଲୀପ ମଳିକ l କୁଡକେଲକିଆ ଗାଁ ରୁ ଗୋଟିଏ ବାଇକ ରେ ସ୍ୱାମୀ ନିଜ ଭଉଣୀ ଓ ସ୍ତ୍ରୀ ସହ ବାରଖମା ମେଡିକାଲ କୁ ଚିକିତ୍ସା ପାଇଁ ଆସୁଥିବା ବେଳେ ଅଘଟଣ ଘଟିଛି l ଜୁନାଗାଁ ନିକଟରେ ବାଇକ କୁ ଏକ ଟ୍ରାକ୍ଟର ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଥିବା ଜଣା ପଡିଛି l ତେବେ ଟ୍ରାକ୍ଟର ଧକ୍କା ରେ ସ୍ୱାମୀ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ସ୍ତ୍ରୀ ଓ ଭଉଣୀ ଗୁରୁତର ହୋଇଛନ୍ତି l ଗୁରୁତର ଭଉଣୀ ର ପ୍ରାଥମିକଚିକିତ୍ସା ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି l
