ବାରିପଦା : ମୟୁରଭଞ୍ଜ ଜିଲ୍ଲା,ଠାକୁରମୁଣ୍ଡା ବ୍ଲକ,ମହୁଲଡିହା ଥାନା ଅନ୍ତର୍ଗତ ଗୋଡଭଙ୍ଗା ଘାଟି ବାଙ୍କ ରେ ଏକ ବସ୍ ତାମିଲନାଡୁ ରୁ ପୁରୀ ଯାଉଥିବା ବେଳେ ଏକ କାର ଆନନ୍ଦପୁର ପଟୁ ଆସୁଥିଲା। ଏକ ହାଇୱା କୁ କାଟି କାର ପାସ କରୁଥିବା ସମୟରେ ଘଟିଥିଲା ଦୁର୍ଘଟଣା।

ଘଟଣାସ୍ଥଳରେ ମହୁଲଡିହା ପୋଲିସ ପହଞ୍ଚି ୧୦୮ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି। ସେଠାରେ ଜଣକୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଅନ୍ୟ ୩ ଗୁରୁତର ଅଛନ୍ତି। ବସ୍ର ସମସ୍ତ ଯାତ୍ରୀ ସାମାନ୍ୟ ଆହତ ହୋଇ ଥିବାର ପ୍ରକାଶ । ତେବେ ମହୁଲଡିହା ଥାନା ଅଧିକାରୀ ତୁଷାର ନାୟକ ଘଟଣାର ଅଧିକ ତଦନ୍ତ କରୁଥିବାର ଜଣାଯାଇଛି ।
